Wrestling

ମଲ୍ଲ ଯୋଦ୍ଧା ରିତୁ ଫୋଗତ ଟପ୍ ରୁ ବାହାର

(ଓଡିଶା ସ୍ପୋର୍ଟ): ଫୋଗତ ଭଉଣୀମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ ଛୋଟ ମଲ୍ଲ ଯୋଦ୍ଧା ରିତୁ ଫୋଗତଙ୍କୁ ଟାରଗେଟ୍ ଅଲମ୍ପିକ୍ ପୋଡିୟମ୍ (ଟପ୍)ରୁ ବାହାର କରିଦିଆଯାଇଛି । ରିତୁ କିଛିଦିନ ପୂର୍ବରୁ ମିକ୍ସଡ୍ ମାର୍ଶାଲ ଆର୍ଟ(ଏମଏମଏ) ରେ ପଦାର୍ପଣ କରିଥିଲେ । ଭାରତୀୟ ଖେଳ ପ୍ରାଧିକରଣ ରିତୁଙ୍କୁ ଟପ୍ ରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । କିନ୍ତୁ ସେ ନିଜକୁ ଟୋକିଓ ଅଲମ୍ପିକ୍ ରେ ନିଜର ଅନୁପସ୍ଥିତିକୁ ଯାହିର କରିନାହାନ୍ତି ।

ସେ ସିଙ୍ଗାପୁରରେ ଏମଏମଏ ରେ ପଦାର୍ପଣ କରିବେ । ବୈଠକରେ ୫ଟି ଦଳ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଟୋକିଓ ପୈରାଅଲମ୍ପିକ୍ ଖେଳ ପାଇଁ ଟପ୍ ରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏମାନଙ୍କ ମଧ୍ୟରେ ମନୋଜ ସରକାର ଏବଂ ପ୍ରମୋଦ ଭଗତ(ପୁରୁଷ ଏକକ ଏସଏଲ ୩), ସୁକାନ୍ତ କଦମ, ତରୁଣ ଏବଂ ସୁହାସ(ପୁରୁଷ ଏକକ ଏସ୍ ଏଲ ୪)ରେ ଯୋଗ ଦେବେ । ୬ଜଣ ସନ୍ତରଣ କାରୀଙ୍କୁ ମଧ୍ୟ ୨୦୨୪ ଅଲମ୍ପିକ୍ ପାଇଁ ଡେଭଲପ୍ମେଣ୍ଟ ଗ୍ରୁପ୍ରେ ସାମିଲ କରାଯାଇଛି ।

Related posts

କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏସିଆନ ଗେମ୍ସ ୨୦୨୩ରୁ ବାହାର ହୋଇଛନ୍ତି

Odisha Sports Bureau

ଗୁଜରାଟ ସ୍ପୋର୍ଟ କ୍ଲବ୍‌ରେ ଆୟୋଜିତ ବାର୍ଷିକ ସାଧାରଣ ବୈଠକରେ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ଭିନେଶଙ୍କ ପାଇଁ ଭାବପ୍ରବଣ ହେଲେ ଭଉଣୀ ବବିତା ଫୋଗଟ

Odisha Sports Bureau