Cricket

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚରେ ବାଦ ପଡିପାରନ୍ତି ରୋହିତ ଶର୍ମା

ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚରୁ ବାଦ୍ ପଡ଼ିପାରନ୍ତି ଅଧିନାୟକ ରୋହିତ ଶର୍ମା। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଦଳରେ ରହିବେ ନାହିଁ। ବିଶେଷ ସୂତ୍ରରୁ ଏନେଇ ସ୍ପଷ୍ଟ କରାଯାଇଛି  ଯାଜା ଜଣାପଡିଛି ରୋହିତ ଶର୍ମା ବର୍ତ୍ତମାନ ପିତୃତ୍ୱ ଛୁଟିରେ ଥିବାରୁ ସେ ବର୍ଡରଗାଭାସ୍କର ଟ୍ରଫିର ଉଦଘାଟନୀ ମ୍ୟାଚରେ ଭାଗ ନେଇପାରିବେ ନାହିଁ। ଏହି ମ୍ୟାଚ୍ ନଭେମ୍ବର ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବ। ସେପର୍ଯ୍ୟନ୍ତ ରୋହିତ ଶର୍ମା ଛୁଟିରେ ଥିବାରୁ ସେ ଦଳରେ ଯୋଗଦେଇ ପାରିବେ ନାହିଁ। ତେବେ ରୋହିତ ଶର୍ମା କେବେ ଟିମ୍ ଇଣ୍ଡିଆରେ ସାମିଲ୍ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ସେ ଦଳକୁ ଫେରିବା ପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରା ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି। କାରଣ ରୋହିତଙ୍କ ଅନୁପସ୍ଥିତିରେ ବୁମରା ଦଳର ନେତୃତା ନେବା ନେଇ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପୂର୍ବରୁ ସ୍ପଷ୍ଟ କରିଥିଲେ। 

ଗମ୍ଭୀର ପୂର୍ବରୁ କହିଥିଲେ କି, ରୋହିତ ଶର୍ମା ଯଦି ପ୍ରଥମ ଟେଷ୍ଟ ଖେଳି ନପାରନ୍ତି, ତେବେ ଷ୍ଟାର୍ ପେସ୍ ବୋଲର୍ ଯଶପ୍ରୀତ ବୁମରା ଟିମ୍ ଇଣ୍ଡିଆର ଅଧିନାୟକ ହେବେ। ସେପଟେ, ଶୁଭମନ ଗିଲ୍ ମଧ୍ୟ ଆହତ ସମସ୍ୟା କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଏପରି ସ୍ଥିତିରେ ଯଶସ୍ୱୀ ଜୈସ୍ୱାଲଙ୍କ ସହ କିଏ ଓପନିଂ କରିବେ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ତେବେ ବିସିସିଆଇ କାହାକୁ ଓପନିଂ ପାଇଁ ଚୟନ କରୁଛି, ତାଉପରେ ନଜର। 

Related posts

ପ୍ରଥମ ଇଂନିସାର ୧୫୦ ରନରେ ଅଲଆଉଟ ହେଲା  ଭାରତୀୟ ଦଳ

Odisha Sports Bureau

ଆଜି ହାଇଦରାବାଦ-ଚେନ୍ନଇ ମଧ୍ୟରେ ମୁକାବିଲା

Odisha Sports Bureau

୨୩ ମିନିଟରେ ମ୍ୟାଚ୍ ଜିତାଇଦେଲେ

Odisha Sports Bureau