Cricket

ନ୍ୟୁଜିଲ୍ୟାଣ୍ଡର ଲେଡି ଷ୍ଟାର ଆମେଲିଆ ଜିତିଲେ ଆଇସିସି ମହିଳା କ୍ରିକେଟର ଅଫ୍‌ ଦ ଇୟର ୨୦୨୪ର ଆଓ୍ବାର୍ଡ

ନୂଆଦିଲ୍ଲୀ : କ୍ରିକେଟ୍‌ ଜଗତରେ ନ୍ୟୁଜିଲ୍ୟାଣ୍ଡର ଲେଡି ଷ୍ଟାର ଆମେଲିଆଙ୍କ ଦବ୍‌ଦବା । ଜିତିଲେ ଆଇସିସି ମହିଳା କ୍ରିକେଟର ଅଫ୍‌ ଦ ଇୟର ୨୦୨୪ର ଆଓ୍ବାର୍ଡ  । ଏହି ଆଓ୍ବାର୍ଡ ଜିତି ସେ ରଚିଛନ୍ତି ଇତିହାସ । ଏପରି କରିବାରେ ସେ ହୋଇଛନ୍ତି ଦୁନିଆର ୪ର୍ଥ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ମହିଳା କ୍ରିକେଟର ।ଷ୍ଟାର ଅଲରାଉଣ୍ଡର ଗତବର୍ଷ ଜିତିଥିଲେ ୧୪ଟି ମ୍ୟାଚ୍ । ଏଥିରେ ସେ ୪୩ଟି ୱିକେଟ ନେଇଥିଲେ । ଆଉ ବ୍ୟାଟିଂରେ ଦେଖାଇଥିଲେ ଜଲଓ୍ବା । ସେ ମୋଟ କରିଥିଲେ ୬୫୧ ରନ ।  ଆମେଲିଆଙ୍କ ଷ୍ଟାର ପ୍ରଦର୍ଶନ ପରେ ଓଉଉ ତାଙ୍କୁ ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ଭାବରେ ଚୟନ କରିଛି । ସେ ଏହି ଟାଇଟଲ ଜିତିବାରେ ହୋଇଛନ୍ତି ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଖେଳାଳି ।

ଆମେଲିଆ କେର ୨୦୨୪ରେ ୯ଟି ଦିନିକିଆ ମ୍ୟାଚ୍‌ରେ ଖେଳି ୩୩ ଆଭରେଜ୍‌ରେ କରିଥିଲେ ୨୬୪ ରନ୍ ।  ଏହି ସମୟରେ ସେ ୧୪ ୱିକେଟ୍ ମଧ୍ୟ ନେଇଥିଲେ । ୨୦୨୪ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ଟି-୨୦ରେ ସେ ଆଇସିସି କ୍ରିକେଟର୍ ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି।  ଆମେଲିଆ ୧୮ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୮୭ ରନ କରିଥିଲେ । ଏହି ସମୟରେ ତାଙ୍କର ଆଭରେଜ୍‌ ରହିଥିଲା ୨୪ । ଆମେଲିଆ ନେଇଥିଲେ ମୋଟ ୨୯ ୱିକେଟ୍ ।

Related posts

ହନୁମାନଙ୍କ ଭକ୍ତ ରିଙ୍କୁ ସିଂ: କହିଲେ କ୍ରିକେଟ କ୍ୟାରିୟରର କାହାଣୀ ।

Odisha Sports Bureau

ଭିଭିଏସ୍ ଲକ୍ଷ୍ମଣ ୧୮ ବର୍ଷ ପରେ ଖୋଲିଲେ ରହସ୍ୟ, କଲିକତାର ୨୮୧ ରନ୍ କୁ ନୁହେଁ ଏହି ପାରିକୁ କହିଥିଲେ ମୁଖ୍ୟ

Odisha Sports Bureau

ଏହି ୨୩ ବର୍ଷୀୟ ବ୍ୟାଟସମ୍ୟାନ୍ ଟି-୨୦ କ୍ରିକେଟରେ କେବେ ୦ ରେ ଆଉଟ୍ ହୋଇନଥିଲେ, ୨୦୦୦ ରନ କରି ବିଶ୍ୱ ରେକର୍ଡ କରିଥିଲେ, IPLରେ ଆତଙ୍କ ସୃଷ୍ଟି କରିଥିଲେ