Cricket

ଦିଲ୍ଲୀ ବିସ୍ଫୋରଣ ପରେ କୋଲକାତାରେ ହାଇଆଲର୍ଟ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ଗତକାଲି ହୋଇଥିବା କାର ବିସ୍ଫୋରଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ବିସ୍ଫୋରଣ ପରେ ସାରା ଦେଶରେ ଥିବା ବିଭିନ୍ନ ମନ୍ଦିର ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି । ତେବେ ବିସ୍ଫୋରଣ ପରେ କୋଲକାତାରେ ଖେଳାଯିବାକୁ ଥିବା ଭାରତ-ସାଉଥ ଆଫ୍ରିକା ଟେଷ୍ଟ ମ୍ୟାଚକୁ ନେଇ ଚିନ୍ତା ବଢିଛି । ତେଣୁ ଭାରତ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା କୋଲକାତା ଟେଷ୍ଟକୁ ନେଇ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି । ନଭେମ୍ବର ୧୪ରେ ଇଡେନ ଗାଡେନ୍ସରେ ଖେଳାଯିବ ପ୍ରଥମ ଟେଷ୍ଟ ମ୍ୟାଚ୍ । କୋଲକତା ପୋଲିସ ଆୟୁକ୍ତ ମନୋଜ ବର୍ମା କହିଛନ୍ତି, ବର୍ତ୍ତମାନ ବିଶେଷ ଏବଂ ଅତିରିକ୍ତ ଉପାୟ କରାଯାଉଛି । ଆମେ ହାଇଆଲର୍ଟରେ ରହିଛୁ । ଦିଲ୍ଲୀରେ ହୋଇଥିବା ବିସ୍ଫୋରଣକୁ ଧ୍ୟାନରେ ରଖି ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏସଟିଏଫ ମଧ୍ୟ ନିୟୋଜିତ କରାଯାଇଛି । କୋଲକତା ପୋଲିସ ଇଡେନ ଗାର୍ଡେନ୍ସ ଏବଂ ଆଖପାଖ ଅଚଂଳରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ସିରିଜ ଆରମ୍ଭ ହେବାର ପ୍ରଥମ ମ୍ୟାଚରୁ ପ୍ରସ୍ତୁତିକୁ ଅନ୍ତିମ ରୂପ ହେବାକୁ ପଶ୍ଚିମବଙ୍ଗ କ୍ରିକେଟ ସଂଘ ଅଧିକାରୀ ଏବଂ ପୋଲିସ ଆୟୁକ୍ତ ମଧ୍ୟରେ ଏକ ବୈଠକ ହେବ । କୋଲକତା ପୋଲିସ ସଂପୂର୍ଣ୍ଣ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କ୍ରିକେଟ ଷ୍ଟାଡିୟମ ଏବଂ ଆଖପାଖ ଅଞ୍ଚଳର ସୁରକ୍ଷା ବଢାଇଦିଆଯାଇଛି । ପଶ୍ଚିମବଙ୍ଗ ବିଧାନସଭା, ରାଜଭବନ, କୋଲକତା ଉଚ୍ଚ ନ୍ୟାୟାଳୟ ଏବଂ ଆକାଶବାଣୀ ନିକଟରେ ସୁରକ୍ଷା ବଢାଇଦିଆଯାଇଛି । ମ୍ୟାଚ ଦେଖିବାକୁ ଆସିବାକୁ ଥିବା ସମସ୍ତ ବ୍ୟକ୍ତି ମେଟାଲ ସ୍କାନରରେ ଅତିକମରେ ୨ ଥର ଯାଞ୍ଚ କରାଯିବ । ଷ୍ଟାଡିୟମ ବାହାରେ ଏବଂ ଭିତରେ ସଦା ପୋଷାକରେ ପୋଲିସକର୍ମୀ ନିୟୋଜିତ ରହିବେ । ସନ୍ଦିଗ୍ଧ ବସ୍ତୁ କିମ୍ବା ବ୍ୟାଗ ସହିତ ପ୍ରବେଶ ମନା । ଏହାସହିତ ଭାରତୀୟ ଏବଂ ସାଉଥ ଆଫ୍ରିକା ଖେଳାଳି ଟିମ୍ ଯେଉଁ ହୋଟେଲରେ ରହିବେ, ସେଠିକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷାକୁ ନଜର ରଖି ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ କାଳୀଘାଟ ମନ୍ଦିରକୁ ଯିବା କାର୍ୟ୍ୟକ୍ରମ ସ୍ଥଗିତ କରାଯାଇଛି ।

Related posts

ଲର୍ଡସରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ…

ସିଡନୀରେ ରୋହିତ ବିରାଟ ଙ୍କ ପାଓ୍ବାର ଶୋ

Odisha Sports Bureau

ସିଏସକେର ବିଜୟ ପରେ ବିରାଟ ଜାଡେଜାଙ୍କୁ ଚାମ୍ପିଅନ୍ କହିଲେ କୋହଲି ବୋଲି ଧୋନିଙ୍କୁ ଜଣାଇଲେ ବିଶେଷ ଅଭିନନ୍ଦନ