Athletics

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଶାର ଷ୍ଟାର୍‌ ଆଥଲେଟ୍‌ ଅମିୟ  କୁମାର ମଲ୍ଲିକ

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଶାର ଷ୍ଟାର୍‌ ଆଥଲେଟ୍‌ ଅମିୟ  କୁମାର ମଲ୍ଲିକ ।  ମୁମ୍ବାଇରେ ସେ ଶ୍ୱେତା ଅତିଲିଙ୍କୁ ବିବାହ କରିଛନ୍ତି । ଶ୍ବେତାଙ୍କ ଘର ମୁମ୍ବାଇରେ ହୋଇଥିବା ବେଳେ ଗତକାଲି ଅର୍ଥାତ ନଭେମ୍ବର ୨୨ରେ ଉଭୟେ ବିବାହ ବନ୍ଧନରେ ଛନ୍ଦି ହୋଇଛନ୍ତି। ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି।

ଆସନ୍ତା ୨୧  ତାରିଖରେ ଉଭୟଙ୍କର ନିର୍ବନ୍ଧ ଏବଂ  ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅମିୟ କୁମାର ମଲ୍ଲିକ ଓଡ଼ିଶାରେ ଜନ୍ମିତ ଜଣେ ଦ୍ରୁତ ଧାବକ । ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ତାଙ୍କ ନାମରେ ଜାତୀୟ ରେକର୍ଡ଼ ରହିଛି । ୨୦୧୬ ମସିହାରେ ଦିଲ୍ଲୀଠାରେ ୧୦୦ ମିଟର ଦୌଡ଼ ମାତ୍ର ୧୦.୨୬ ସେକେଣ୍ଡରେ ଅତିକ୍ରମ କରି ସେ ଏହି ଜାତୀୟ ରେକର୍ଡ଼ ସ୍ଥାପନା କରିଥିଲେ ।

 

Related posts

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ ୨୦୨୬ ଶୁଭାରମ୍ଭ

Odisha Sports Bureau

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬

Odisha Sports Bureau

ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବେ କନଷ୍ଟେବଳ ରଶ୍ମିତା…

Odisha Sports Bureau