Cricket

କାହିଁକି ୱାନ ଡେ ସିରିଜରୁ ବାଦ ପଡିଲେ ୫ ଷ୍ଟାର ପ୍ଲେୟାର?

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ । ତିନିଟିକିଆ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇସାରିଛି ୧୫ ଜଣିଆ ଦଳ । ଦଳର ଅଧିନାୟକ ଭାବେ କେଏଲ ରାହୁଲଙ୍କୁ ଦାୟିତ୍ୱ ମିଳିଛି । ଏହାସହ ଦଳରୁ ବାଦ ପଡିଛନ୍ତି ୫ ଜଣ ଷ୍ଟାର ଖେଳାଳୀ । କିଛି ଖେଳାଳୀ ଆହତ ହୋଇଥିବା ବେଳେ ଅନ୍ୟ କିଛି ଖେଳାଳୀ ଫର୍ମରେ ନଥିବାରୁ ସେମାନଙ୍କୁ ଦଳରୁ ବାଦ ଦିଆଯାଇଛି । କିନ୍ତୁ କିଛି ଖେଳାଳୀଙ୍କ ଭଲ ପ୍ରଦର୍ଶନ ସତ୍ତ୍ୱେ ବିସିସିଆଇ ସେମାନଙ୍କୁ ଟିମ୍‌ରୁ ବାଦ୍‌ ଦେଇଛି । ଭାରତୀୟ ଦଳର ଅଧିନାୟକ ଦିନିକିଆ ଦଳରୁ ବାଦ ପଡ଼ିଛନ୍ତି । ଦକ୍ଷିଣ ଆଫ୍ରିକା ସହ ପ୍ରଥମ ଟେଷ୍ଟ ମ୍ୟାଚ୍‌ ବେଳେ ଆହତ ହୋଇଥିଲେ ଶୁବମନ୍‌ ଗିଲ । ନେକ୍‌ ଷ୍ଟିଫ୍‌ନେସ୍‌ ଯୋଗୁଁ ସେ ପ୍ରଥମ ଟେଷ୍ଟ୍‌ରେ ଭଲ ଭାବେ ବ୍ୟାଟିଂ ବି କରି ପାରିନଥିଲେ । ଏହାପରେ ଦ୍ୱିତୀୟ ଟେଷ୍ଟରୁ ସେ ବିଶ୍ରାମ ନେଇଥିଲେ । ଏବେ ତାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇନି ।


ଶ୍ରେୟାସ ଆୟର ଅଷ୍ଟ୍ରେଲିଆ ସହ ଦିନକିଆ ସିରିଜ୍‌ ବେଳେ ଗୁରୁତର ଆହତ ହୋଇଥିଲେ । ତୃତୀୟ ଦିନିକିଆରେ ଏକ କ୍ୟାଚ୍‌ ଧରିବା ବେଳେ ପଡ଼ି ଯାଇଥିଲେ ଶ୍ରେୟସ । ଏହାପରେ ତାଙ୍କ ପଞ୍ଜରା ହାଡ଼ରେ ଗୁରୁତର ଆଘାତ ଲାଗିଥିଲେ । ସେ ନିକଟରେ ହିଁ ସିଡ୍‌ନିରୁ ସୁସ୍ଥ ହୋଇ ଫେରିଛନ୍ତି । ସେ ଅଷ୍ଟ୍ରେଲିଆ ସିରିଜ୍‌ରେ ଟିମ୍‌ର ଉପ ଅଧିନାୟକ ଦାୟିତ୍ୱରେ ରହିଥିଲେ । ଏସିଆ କପ୍‌ ୨୦୨୫ ବେଳେ ଆହତ ହୋଇଥିଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା । ଏହାପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଦଳରେ ବି ସାମିଲ କରାଯାଇନଥିଲା । ଏବେ ଘରୋଇ କ୍ରିକେଟରେ ନିଜର ଫିଟ୍‌ନେସ୍‌ ପ୍ରମାଣ ଦେଉଛନ୍ତି । ଏବେ ତାଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଭଦଦୋରା ଟିମ୍‌ରେ ସ୍ଥାନ ମିଳିଛି । ଏହାପରେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍‌ ପାଇଁ ଦଳରେ ସ୍ଥାନ ମିଳିପାରେ । ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ସିରିଜ୍‌ । ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ସ୍ପିଡ୍‌ ଷ୍ଟାର୍‌ ମୋହମ୍ମଦ ସାମି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ପରେ ବି ତାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିପାରିନାହିଁ । ଏଭଳି ସ୍ଥିତିରେ ସାମିଙ୍କୁ ନେଇ ମୁଖ୍ୟ ଚୟନକର୍ତ୍ତା ଅଜି ଅଜିତ ଅଗରକରଙ୍କ ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିନ୍ତୁ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲି ଟ୍ରଫିରେ ବଙ୍ଗଳା ପାଇଁ ଖେଳୁଥିବା ନଜର ଆସିବେ । କିନ୍ତୁ ବିସିସିଆଇ ତାଙ୍କୁ ପୁଣିଥରେ ନିରାଶ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ସ୍କ୍ୱାଡ୍‌ରେ ସାମିଲ ଥିଲେ ଅକ୍ଷର ପଟେଲ । ସେ ତିନୋଟି ମ୍ୟାଚ୍‌ ଖେଳି ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍‌ ନେବା ସହ ୭୫ ରନ୍‌ କରିଥିଲେ । ତାଙ୍କୁ ଦଳରୁ ବାଦ ଦିଆଯିବା ପରେ ଆଶ୍ଚର୍ୟ୍ୟ ଚକତ ହୋଇଛନ୍ତି ଫ୍ୟାନ୍ସ । ତେବେ ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍‌ରେ ପୁଣି ଥରେ ରୋ-କୋ ଯୋଡ଼ିଙ୍କ ଜଲୱା ଦେଖିବେ ଫ୍ୟାନ୍ସ । ଉଭୟ ଏବେ କେବଳ ଦିନିକିଆ ଫର୍ମାଟ ଖେଳିବା ଜାରି ରଖିଛନ୍ତି ।

Related posts

ସୁପର–୮ରେ ଭାରତକୁ ଝଟକା, ସେମି ରେସ୍ ଜଟିଳ

Odisha Sports Bureau

ବାରବାଟୀ ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ: ଦିନିକିଆରେ ପୂରଣ କଲେ ୧୦ ହଜାର ରନ

Odisha Sports Bureau