Cricket

ମହିଳା କ୍ରିକେଟରଙ୍କୁ ଉପହାର, ଦରମା ଦୁଇଗୁଣା ବଢାଇଲା ବିସିସିଆଇ

ମହିଳା କ୍ରିକେଟ ଖେଳାଳିଙ୍କୁ ଉପହାର ଦେଲା ବିସିସିଆଇ । ଭାରତରେ ମହିଳା କ୍ରିକେଟରଙ୍କ ପ୍ରାଧାନ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ନିକଟରେ ଭାରତୀୟ ମହିଳା କ୍ରିକେଟ ଦଳ 2025 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଟାଇଟଲ ଜିତିଥିଲା। ବିସିସିଆଇ ତାର ମହିଳା କ୍ରିକେଟରଙ୍କ ମ୍ୟାଚ୍ ପାଉଣାରେ ବୃଦ୍ଧି କରିଛି । ଆପେକ୍ସ କାଉନସିଲ୍ ବୈଠକରେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ମହିଳା ଖେଳାଳିଙ୍କ ମ୍ୟାଚ ପାଉଣାକୁ ଅଢେଇ ଗୁଣା ବୃଦ୍ଧ କରିବାକୁ ନିଷ୍ପତ୍ତି ନେଇଛି । ଏବେ ପୁରୁଷ ଖେଳାଳିଙ୍କ ସମାନ ବେତନ ମିଳିବ । ଆପେକ୍ସ କାଉନସିଲ୍ ବୈଠକରେ ଘରୋଇ ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି’ରେ ୨.୫ ଗୁଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ମହିଳା କ୍ରିକେଟରମାନେ ଆର୍ଥିକ ସ୍ତରରେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ। ନୂତନ ନିୟମ ଅନୁଯାୟୀ, ବରିଷ୍ଠ ମହିଳା କ୍ରିକେଟରଙ୍କ ଦୈନିକ ଫି’ରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ଲେଇଂ-୧୧ରେ ଥିବା ଖେଳାଳିଙ୍କୁ ଦିନକୁ ୨୦,୦୦୦ ଟଙ୍କା ମିଳୁଥିବା ବେଳେ ଏବେ ତାହା ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ବର୍ତ୍ତମାନ ଘରୋଇ ସିନିଅର ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନେ ଦୈନିକ ୫୦ ହଜାର ଟଙ୍କା ପାଉଣା ପାଇବେ । ପୂର୍ବରୁ ୨୦ ହଜାର ଟଙ୍କା ରହିଥିଲା । ତେବେ ଏହା ପ୍ଲେଇଙ୍ଗ୍ ଇଲେଭେନରେ ସାମିଲ ଖେଳାଳିଙ୍କ ପାଇଁ ଲାଗୁ ହେବ । ରିଜର୍ଭ ଖେଳାଳିଙ୍କୁ ବି ଏହାର ଫାଇଦା ମିଳିବ । ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନଥିବା ଖେଳାଳିଙ୍କୁ ଏହାର ଅଧା ଅର୍ଥାତ୍ ୨୫ ହଜାର ଟଙ୍କା ମିଳିବ । ପୂର୍ବରୁ ରିଜର୍ଭ ଖେଳାଳିଙ୍କୁ ଦୈନିକ ୧୦ ହଜାର ଟଙ୍କା ମ୍ୟାଚ ଫି ଦିଆଯାଉଥିଲା । ମହିଳା କ୍ରିକେଟରଙ୍କ ମ୍ୟାଚ ଫିସ୍ ଶେଷ ଥର ପାଇଁ ୨୦୨୧ରେ ସଂଶୋଧନ କରାଯାଇଥିଲା । ସେହି ସମୟରେ ସିନିୟର ଖେଳାଳିଙ୍କ ଫିସ୍ ୧୨ ହଜାର ୫୦୦ ଟଙ୍କାରୁ ବଢି ୨୦ ହଜାର ଟଙ୍କା ହୋଇଥିଲା । ଏହାପରେ ବର୍ତ୍ତମାନ ପାଉଣାରେ ବୃଦ୍ଧି ସବୁଠାରୁ ଅଧିକ । ଏବେ ଘରୋଇ କ୍ରିକେଟରେ ମହିଳା ଖେଳାଳିଙ୍କ ମ୍ୟାଚ ଫିସ୍ ପୁରୁଷ ଖେଳାଳିଙ୍କ ସହ ପ୍ରାୟ ସମାନ ହୋଇଛି । ପୂର୍ବରୁ ଜୟ ଶାହାଙ୍କ କାର୍ଯ୍ୟକାଳ ସମୟରେ ମହିଳା କ୍ରିକେଟରଙ୍କ ପାଇଁ ସମାନ ଦରମା ଭଳି ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିଲା। ଶେଷଥର ପାଇଁ ୨୦୨୧ରେ ମହିଳାଙ୍କ ମ୍ୟାଚ୍ ଫି’ରେ ସଂଶୋଧନ କରାଯାଇଥିଲା। ବୋର୍ଡର ଏହି ପଦକ୍ଷେପ ଦ୍ୱାରା ଦେଶର ହଜାର ହଜାର ମହିଳା କ୍ରିକେଟର ଉପକୃତ ହେବେ ଏବଂ କ୍ରିକେଟକୁ ଏକ ବୃତ୍ତି ଭାବେ ଗ୍ରହଣ କରିବା ପାଇଁ ଅଧିକ ଉତ୍ସାହିତ ହେବେ।

Related posts

ତୃତୀୟ ଟି-ଟ୍ୱେଣ୍ଟି, ଭାରତ ଟସ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି

Odisha Sports Bureau

ଉଦଘାଟିତ ହୋଇଛି ଉଦଳା ପ୍ରିମିୟର ଲିଗ୍ ସିଜନ-୪

Odisha Sports Bureau

ସୁପର୍ ଓଭରରେ ଫଏସଲା, ପାକିସ୍ତାନକୁ ହରାଇଲା ଆମେରିକା