Cricket

(ବିସିବି)ର ଆଭିମୁଖ୍ୟକୁ ସମର୍ଥନ କରିଛି ପିସିବି

ଟ୍ବେଣ୍ଟି-୨୦ ବିଶ୍ବକପରେ ବାଂଲାଦେଶର ଅଂଶଗ୍ରହଣ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ବାଂଲାଦେଶର ବିଶ୍ବକପ ଅଂଶଗ୍ରହଣକୁ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ। ତେବେ ଏହି ମାମଲାରେ ଏବେ ଔପଚାରିକଭାବେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପ୍ରବେଶ କରିଛି। ପିସିବି ପକ୍ଷରୁ ଆଇସିସିକୁ ଏକ ଚିଠି ଲେଖି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ଆଭିମୁଖ୍ୟକୁ ସମର୍ଥନ କରାଯାଇଛି।

ବିଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା ଯେ ବାଂଲାଦେଶ କ୍ରିକେଟ୍ ବୋର୍ଡର ସମର୍ଥନରେ ପାକିସ୍ତାନ କ୍ରିକେଟ୍ ଦଳ ମଧ୍ୟ ବିଶ୍ବକପରୁ ଓହରିବ। ଆହୁରି ମଧ୍ୟ ବାଂଲାଦେଶର ମ୍ୟାଚଗୁଡ଼ିକୁ ପାକିସ୍ତାନରେ ଆୟୋଜନ ଲାଗି ପିସିବି ପ୍ରସ୍ତାବ ଦେଇଥିଲା। ତେବେ ଏ ନେଇ କୌଣସି ଔପଚାରିକ ସୂଚନା ମିଳିନଥିଲା। କିନ୍ତୁ ପିସିବି ପକ୍ଷରୁ ଆଇସିସିକୁ ଲେଖାଯାଇଥିବା ପତ୍ରରେ ବିଶ୍ବକପ ବର୍ଜନ ନେଇ କୌଣସି ଉଲ୍ଲେଖ ନଥିବା କୁହାଯାଉଛି।

ତେବେ ଏହି ପତ୍ର ପ୍ରେରଣର ସମୟକୁ ଦେଖିଲେ ଲାଗୁଛି ଯେ କେବଳ ଆଇସିସି ଉପରେ ଚାପପ୍ରୟୋଗ ପାଇଁ ଓ ଭାରତ ଠାରୁ ଚାମ୍ପିୟନ୍ସ ଟ୍ରଫି ସମୟର ବିବାଦର ପ୍ରତିଶୋଧ ନେବାକୁ ପିସିବି ଏହା କରିଛି। ବିଶେଷଜ୍ଞଙ୍କ ମତରେ ପାକିସ୍ତାନ ବୋର୍ଡର ଏହି ଚାପ ସତ୍ତ୍ବେ ଆଇସିସି ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଯଦି ବାଂଲାଦେଶ ବିଶ୍ବକପ୍ ଖେଳିବାକୁ ଭାରତ ନ ଆସିବାକୁ ନିଜ ଜିଦରେ ଅଟଳ ରହେ ତେବେ ଚୁକ୍ତି ଖିଲାପ ଅଭିଯୋଗରେ ବିସିବି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଆଇସିସି। ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ରହିଛି ଆର୍ଥିକ ଜରିମାନା, ପାଣ୍ଠି ଯୋଗାଣ ବନ୍ଦ, ଏପରିକି ଆଇସିସିର ସଦସ୍ୟତାକୁ ସାମୟିକ ସମୟ ପାଇଁ ନିଲମ୍ବନ।

Related posts

ଇତିହାସ ରଚିଲେ ରବିନ୍ଦ୍ର ଜାଡେଜା; ୱାନଡେ କ୍ରିକେଟରେ ଏଭଳି ସଫଳତା କରିଛନ୍ତି ଯାହା ଅନ୍ୟ କେହି କରିପାରିନାହିଁ

Odisha Sports Bureau

ହାଇଦ୍ରାବାଦ ଟେଷ୍ଟ ପୂର୍ବରୁ ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇପଡିଲେ ମହମ୍ମଦ ସିରାଜ

Odisha Sports Bureau

ଖୁବଶୀଘ୍ର ଚେନ୍ନାଇ ସୁପର କିଙ୍ଗସ ଛାଡିପାରନ୍ତି ରବୀନ୍ଦ୍ର ଜାଡେଜା

Odisha Sports Bureau