Cricket

କେବେ ହେବ IPL 2026, ଏହି କାରଣରୁ ହେଉନି ଶେଡ୍ୟୁଲ୍ ଘୋଷଣା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ର ୧୯ତମ ସଂସ୍କରଣକୁ ନେଇ ଫ୍ୟାନ୍ସ ମାନଙ୍କ ଅପେକ୍ଷା ଜାରି ରହିଛି। ବିସିସିଆଇ (BCCI) ଦ୍ୱାରା ସମ୍ଭାବ୍ୟ ତାରିଖ ଘୋଷଣା ହୋଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ ମ୍ୟାଚ୍ ଶେଡ୍ୟୁଲ୍ ଘୋଷିତ ହୋଇନାହିଁ। ପୂର୍ବରୁ ବୋର୍ଡ୍ କହିଥିଲା ଯେ IPL ୨୦୨୬ ୨୬ ମାର୍ଚ୍ଚରୁ ୩୧ ମଇ ପର୍ଯ୍ୟନ୍ତ ଆୟୋଜିତ ହେବ। କିନ୍ତୁ ଏବେ ଏହି ତାରିଖଗୁଡ଼ିକ ବଦଳାଯାଇପାରେ ବୋଲି ଆଶଙ୍କା କରାଯାଉଛି।

ଏହାର ପ୍ରମୁଖ କାରଣ ହେଉଛି ଦେଶର ଅନେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବା ପରେ ହିଁ IPL ମ୍ୟାଚ୍ ଶେଡ୍ୟୁଲ୍ ଜାରି କରାଯିବ। ବୋର୍ଡ୍ ଚାହୁଁନାହିଁ ଯେ କୌଣସି ରାଜ୍ୟରେ ମତଦାନ ଓ IPL ମ୍ୟାଚ୍ ଗୋଟିଏ ତାରିଖରେ ପଡ଼ୁ। ଡିସେମ୍ବରରେ ଘୋଷିତ ସମ୍ଭାବ୍ୟ ଯୋଜନା ଅନୁସାରେ, IPL ୨୦୨୬ରେ ମୋଟ ୮୪ଟି ମ୍ୟାଚ୍ ହେବାର ସମ୍ଭାବନା ରହିଛି। ପ୍ରଥମ ମ୍ୟାଚ୍ ପୂର୍ବବର୍ଷର ଚ୍ୟାମ୍ପିଅନ୍ ରୋୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ରନର୍-ଅପ୍ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବାକୁ ଥିଲା।

ଚଳିତ ବର୍ଷ ଆସମ, ତମିଳନାଡୁ ଓ ପଶ୍ଚିମବଙ୍ଗରେ ନିର୍ବାଚନ ହେବାରୁ ବିସିସିଆଇ ଚିନ୍ତାରେ ରହିଛି। ଆସମର ବରସାପାରା ଷ୍ଟାଡିଅମରେ ରାଜସ୍ଥାନ ରୋୟାଲ୍ସର ହୋମ୍ ମ୍ୟାଚ୍, ଚେନ୍ନାଇର ଏମ୍ ଚିଦମ୍ବରମ୍ ଷ୍ଟାଡିଅମ୍ CSKର ହୋମ୍ ଗ୍ରାଉଣ୍ଡ ଏବଂ କୋଲକାତାର ଇଡେନ୍ ଗାର୍ଡେନ୍ସ KKRର ହୋମ୍ ଭେନ୍ୟୁ ହେବାରୁ ଶେଡ୍ୟୁଲ୍ ପ୍ରଭାବିତ ହେବାର ଆଶଙ୍କା ରହିଛି। ରାଜସ୍ଥାନ ରୋୟାଲ୍ସର ହୋମ୍ ଭେନ୍ୟୁକୁ ନେଇ ମଧ୍ୟ ଅସ୍ପଷ୍ଟତା ରହିଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିଅମ୍ ନେଇ ବିବାଦ ଥିବାରୁ ଫ୍ରାଞ୍ଚାଇଜି ଗୁଆହାଟିକୁ ବିକଳ୍ପ ଭେନ୍ୟୁ ଭାବେ ବିଚାର କରୁଛି, କିନ୍ତୁ ସେଠାରେ ମଧ୍ୟ ନିର୍ବାଚନ ଥିବାରୁ ସମସ୍ୟା ହେଉଛି।

Related posts

ଆଇଚର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ

Odisha Sports Bureau

ଏସୀୟ କ୍ରୀଡ଼ାର ପ୍ରଥମ ଦୁଇ ମ୍ୟାଚ୍ରୁ ବାଦ ପଡିବେ ହର୍ମନପ୍ରୀତ୍

Odisha Sports Bureau

ବାଇକ ପରେ ଡଙ୍ଗାରେ ବୁଲିଲେ ଏମଏସ ଧୋନି ; ଭାଇରାଲ ହେଲା ଭିଡିଓ

Odisha Sports Bureau