Cricket

ରୋହିତ ଶର୍ମାଙ୍କ ପ୍ରଦର୍ଶନ ନିରାଶ ଜନକ: ଗାଭାସ୍କର

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରହିଥିବା ଅବଧି ମଧ୍ୟରେ ରୋହିତ ଶର୍ମାଙ୍କଠୁ ଅଧିକ କିଛି ଆଶା ରଖିଛନ୍ତି କିମ୍ବଦନ୍ତି କ୍ରିକେଟର ସୁନିଲ ଗାଭାସ୍କର। କିନ୍ତୁ ଗତ କିଛି ମାସ ମଧ୍ୟରେ ହୋଇଥିବା ମ୍ୟାଚଗୁଡ଼ିକୁ ଦେଖିଲେ ରୋହିତଙ୍କ ପ୍ରଦର୍ଶନ ତାଙ୍କୁ ନିରାଶ କରିଛି ବୋଲି ଗାଭାସ୍କର କହିଛନ୍ତି। ଟ୍ବେଣ୍ଟି-୨୦ କ୍ରିକେଟରେ ରୋହିତଙ୍କ ପାଖରେ ଆଇପିଏଲ୍ ଅଭିଜ୍ଞତା ଥିଲା। ଅଧିନାୟକ ଭାବେ ଶତାଧିକ ମ୍ୟାଚ୍ ଖେଳିସାରିଲେଣି। ହେଲେ ଆଇପିଏଲର ଜଣେ ଶ୍ରେଷ୍ଠ ଖେଳାଳି ଫାଇନାଲରେ ପହଞ୍ଚି ନପାରିବା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ସେ କହିଛନ୍ତି।

ଗାଭାସ୍କରଙ୍କ ମତରେ ଭାରତରେ ପ୍ରଦର୍ଶନ ଦେବା ଭିନ୍ନ କଥା। କିନ୍ତୁ ଯେତେବେଳେ ବିଦେଶ ମାଟିରେ ଆମେ ଭଲ ଖେଳିବା ତାହାହିଁ ଆମର ଅସଲ ପରୀକ୍ଷା ହେବ। କିନ୍ତୁ ସେହିଠାରେ ହିଁ ରୋହିତ ନିରାଶ କରୁଛନ୍ତି। ଡବ୍ଲ୍ୟୁଟିସି ଫାଇନାଲରେ ଭାରତର ପରାଜୟ ପରେ ରୋହିତ ଓ ରାହୁଲ ଦ୍ରାବିଡଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ମ୍ୟାଚ୍ ପାଇଁ ଓ ମ୍ୟାଚ୍ ସମୟରେ ସେମାନେ ନେଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ସେମାନଙ୍କୁ ଦାୟୀ କରାଯାଇପାରେ ଏବଂ ଏହା ଉପରେ ଟିମ୍ ମ୍ୟାନେଜମେଣ୍ଟ ସମୀକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି।

Related posts

ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି

Odisha Sports Bureau

ବୋଲିଂ ସମୟରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଗୋଡରେ ଅଘାତ

Odisha Sports Bureau

କ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡ

Odisha Sports Bureau