Cricket

ବୋଲିଂ ସମୟରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଗୋଡରେ ଅଘାତ

ମୁମ୍ବାଇ: ଚଳିତ ଦିନିକିଆ ବିଶ୍ବକପ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି ମ୍ୟାଚ୍। ପୁଣେରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏହା ଭିତରେ ଏକ ବଡ଼ ଚିନ୍ତା ଲାଗିବା ଭଳି ଖବର ସାମନାକୁ ଆସିଛି । ଟସ୍ ଜିତିବା ପରେ ବାଂଲାଦେଶ ଦଳ ପ୍ରଥମେ ବ୍ୟାଟିଂ କରୁବାବେଳେ ଭାରତୀୟ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ବୋଲିଂ ସମୟରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଗୋଡରେ ଅଘାତ ଲାଗିଛି। ଏହା ପରେ ତାଙ୍କୁ ମଇଦାନ ଛାଡିବାକୁ ପଡିଛି ।
ବାଂଲାଦେଶ ଇନିଂସର ନବମ ଓଭର ବୋଲିଂ କରିବାକୁ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲେ। କିନ୍ତୁ ସେ ଏହି ଓଭରରେ ମାତ୍ର ୩ ବଲ ବୋଲିଂ କରିପାରିଛନ୍ତି। ଏହା ପରେ ଭାରତୀୟ ଅଲରାଉଣ୍ଡରଙ୍କୁ ମଇଦାନ ଛାଡିବାକୁ ପଡିଲା ଯାହା ପରେ ବିରାଟ କୋହଲି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓଭର ପୂରଣ କରିଥିଲେ।
ଆଜି ହାର୍ଦ୍ଦିକ ପାଣ୍ଡ୍ୟା ଆଉ ପଡ଼ିଆକୁ ଆସିବେ ନାହିଁ
ଏଥି ସହିତ ଏହା ଭାରତୀୟ ପ୍ରଶଂସକଙ୍କ ପାଇଁ ଆଦୌ ଖୁସି ଖବର ନୁହେଁ। ଆହତ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଡାକ୍ତରଖାନା ପଠାଯାଇଛି। ହାର୍ଦ୍ଦିକଙ୍କୁ ଡାକ୍ତରଖାନାରେ ସ୍କାନ କରାଯିବ। ଏହା ସହ ହାର୍ଦ୍ଦିକଙ୍କୁ ଆଜି ଆଉ ପଡ଼ିଆରେ ଦେଖିବାକୁ ମିଳିବ ନାହିଁ। ଏହା ଭାରତ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ପରବର୍ତ୍ତୀ ମ୍ୟାଚ୍ ପର୍ୟ୍ୟନ୍ତ ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ହେବେ କି?
ଯଦି ଆମେ ଭାରତ-ବାଂଲାଦେଶ ମ୍ୟାଚ୍ ବିଷୟରେ କଥା ହେବା, ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ବାଂଲାଦେଶର ବହୁତ ଭଲ ଆରମ୍ଭ ହୋଇଥିଲା। ପ୍ରଥମ ୱିକେଟ୍ ପାଇଁ ବାଂଲାଦେଶ ଓପନର୍ ତାଞ୍ଜିଦ୍ ହସନ୍ ଏବଂ ଲିଟନ୍ ଦାସ ୧୪.୪ ଓଭରରେ ୯୩ ରନ୍ ଯୋଡିଥିଲେ। ଏହା ପରେ ତାନଜିଦ୍ ହାସନ ୪୩ ବଲରେ ୫୧ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। କୁଲଦୀପ ଯାଦବ ତାନଜିଦ ହାସନଙ୍କ ୱିକେଟ ନେଇଥିଲେ।

 

Related posts

୯ ରାଜ୍ୟର ଖେଳାଳି ଆଇପିଏଲରେ କଲେ ପଞ୍ଜିକରଣ

Odisha Sports Bureau

ମାଲଦ୍ୱୀପ ବିବାଦରେ ପାକିସ୍ତାନ ଏଣ୍ଟ୍ରି; ଭାରତ ସପକ୍ଷରେ ବାହାରିଲେ ପୂର୍ବତନ ପାକ୍ କ୍ରିକେଟର

Odisha Sports Bureau

ଭାରତକୁ ଧୂଳି ଚଟେଇ ସିରିଜ କବଜା କଲା ନ୍ୟୁଜିଲାଣ୍ଡ

Odisha Sports Bureau