Cricket

କୋଲକାତାରେ ବିରାଟ ବାହିନୀ

(ଓଡ଼ିଶା ସ୍ପୋର୍ଟ): ଗତ ୨୨ତାରିଖରୁ କୋଲକାତାରେ ହେବାକୁଥିବା ଐତିହାସିକ ଟେଷ୍ଟ ମ୍ୟାଚ୍ ପାଇଁ ବିରାଟ ବାହିନୀ ମଙ୍ଗଳବାର ସକାଳେ କୋଲକାତାରେ ପହଞ୍ଚିଛି। ଦୁଇ ଟିମ୍ ମଧ୍ୟରେ ଶୁକ୍ରବାରଠାରୁ ଇଡେନ୍ ଗାର୍ଡେନ୍ସଠାରେ ପିଙ୍କ୍ ବଲରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ଏହି ମ୍ୟାଚକୁ ସ୍ମରଣୀୟ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି।

ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ସକାଳ ୯.୪୦ରେ କୋଲକାତାରେ ପହଞ୍ଚିଥିଲେ। ଏୟାରପୋର୍ଟରେ ପ୍ରଶଂସକ ପିଙ୍କ୍ ଟି-ଶାର୍ଟ ପିନ୍ଧି ଟିମକୁ ସ୍ୱାଗତ କରିଥିଲେ। ତେବେ ମିଳିଥିବା ଖବର ଅନୁଯାୟୀ, ରୋହିତ୍ ଶର୍ମା, ମହମ୍ମଦ ଶାମି ଓ ଉମେଶ ଯାଦବ ବୁଧବାର ଟିମ୍ ସହ ଯୋଗ ଦେବେ। ଏହା ପୂର୍ବରୁ ଭାରତୀୟ ଟିମର କୋଚ୍ ରବି ଶାସ୍ତ୍ରୀ ଓ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ ସଦସ୍ୟ ଇନ୍ଦୋରରେ ଭଗବାନ ମହାକାଳଙ୍କ ଦର୍ଶନ କରିଥିଲେ। ତେବେ ଶାସ୍ତ୍ରୀ ଓ ବାଂଲାଦେଶ କୋଚ୍ ରସେଲ ଡୋମିଙ୍ଗୋ କୋଲକାତାରେ ପହଞ୍ଚିବା ପରେ ସିଧାସଳଖ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମକୁ ଯିବେ ବୋଲି ସୂଚନା ମିଳିଛି।

Related posts

ଗୁପଚୁପ ବିକାଳିରୁ ଷ୍ଟାର କ୍ରିକେଟର : ଯଶସ୍ୱୀ ଜୟସ୍ୱାଲ

ବିସିସିଆଇ ଅମ୍ପାୟାର ଭାବେ ଓଡିଆ ପୁଅ ମନୋନୀତ

Odisha Sports Bureau

ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର : ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau