Cricket

ସ୍ମୃତି ମନ୍ଧାନାଙ୍କୁ ୩କୋଟି ୪୦ ଲକ୍ଷରେ କିଣିଲା ଆରସିବି

ମୁମ୍ବାଇ : ଆରମ୍ଭ ହୋଇଛି ମହିଳା ଆଇପିଏଲ କ୍ରିକେଟ ପାଇଁ ଖେଳାଳି ନିଲାମ । ହରମନପ୍ରୀତଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ, ସ୍ମୃତି ମାନ୍ଧାନାଙ୍କୁ କିଣିଲା ଆରସିବି । ତେବେ କେଉଁ ଖେଳାଳି କେତେ ଟଙ୍କାରେ ହେଲେ ବିକ୍ରି ଆସନ୍ତୁ ଜାଣିବା । ତେବେ ପ୍ରଥମ ସେଟରେ ୭ ଜଣ ଖେଳାଳିଙ୍କୁ ନିଲାମ କରାଯାଇଛି । ନିଲାମ ମୁତାବକ ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ଦୁଇଟି ଭିନ୍ନ ଭିନ୍ନ ଦଳରେ ସାମିଲ ହୋଇଛନ୍ତି । ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବାବେଳେ, ଓପନର ସ୍ମୃତି ମାନ୍ଧାନା ବାଙ୍ଗାଲୋର ଦଳ ପକ୍ଷରୁ ମହିଳା ପ୍ରିମିୟର ଲିଗ୍ ଖେଳିବେ ।

ସ୍ମୃତି ମନ୍ଧାନାଙ୍କୁ ଆରସିବି ୩.୪୦ କୋଟି ଟଙ୍କାରେ କିଣିଥିବା ବେଳେ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ୧.୮୦ କୋଟି ଟଙ୍କାରେ କିଣିଛି । ଦୁଇ ଜଣ ଯାକ ଖେଳାଳିଙ୍କର ବେସ୍ ପ୍ରାଇସ୍ ୫୦ ଲକ୍ଷ ଥିଲା । ଦୁଇ ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ୍ ମାନେ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଶେଷରେ ଏହି ଦୁଇ ଟିମ୍ ବାଜି ମାରିନେଇଛନ୍ତି । ତେବେ ସୋଫି ଡିଭାଇନଙ୍କୁ ଆରସିବି ୫୦ ଲକ୍ଷ ଟଙ୍କାରେ, ଆସଲେ ଗାଡନରଙ୍କୁ ଗୁଜରାଟ ୩.୨ କୋଟି ଟଙ୍କା ଓ ସୋଫି ଏକଲେଷ୍ଟୋନଙ୍କୁ ୟୁପି ଓ୍ବାରିଅର୍ସ ୧.୮ କୋଟିରେ କିଣିଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଲାମରେ ସ୍ମୃତି ମାନ୍ଧାନା ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି ।

ସେହିପରି ୨ୟ ସେଟରେ ଦିପ୍ତି ଶର୍ମାଙ୍କୁ ୟୁପି ଓ୍ବାରିଅର୍ସ ୨.୬ କୋଟିରେ, ନାଟ୍ ସିଭର ବ୍ରଣ୍ଟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୩.୨ କୋଟି ଟଙ୍କାର କିଣିଛି । ରେଣୁକା ସିଂଙ୍କୁ ୧.୫ କୋଟି ଟଙ୍କାରେ ଆରସିବି ବେଥ୍ ମୁନିଙ୍କୁ ୨ କୋଟି ଟଙ୍କାରେ ଗୁଜରାଟ କିଣିଛି । ମହିଳା ପ୍ରିମିୟର ଲିଗ୍ ବା ଡବ୍ଲୁପିଏଲର ପ୍ରଥମ ସିଜନରେ ମୋଟ ୫ଟି ଦଳ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ନାମ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଆରସିବି, ଗୁଜରାଟ ଜାଏଣ୍ଟସ୍ ଏବଂ ୟୁପି ୱାରିୟର୍ସ। ଏହି ନିଲାମରେ ଥିବା ୪୦୯ ଜଣ ଖେଳାଳିଙ୍କ ତାଲିକାରୁ ୯୦ଟି ସ୍ଥାନ ନିଲାମ ହେଉଛି।

Related posts

ଟିମ ଇଣ୍ଡିଆର ପ୍ରାକ୍ଟିସ ଜର୍ସି ରଙ୍ଗକୁ ଦେଖି ରାଗିଲେ ମମତା ବାନାର୍ଜୀ

Odisha Sports Bureau

ବିରାଟ ଏବଂ ରୋହିତ ଶର୍ମାଙ୍କୁ ସିଧାସଳଖ ନିର୍ଦ୍ଦେଶ ଜାରି କରିଛି ବିସିସିଆଇ ; ଗୋଟିଏ ସର୍ତ୍ତରେ ଟିମ୍ ଇଣ୍ଡିଆରେ ପାଇବେ ସ୍ଥାନ

Odisha Sports Bureau

ରୋହିତ ଶର୍ମା ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ଭାରତର ନେତୃତ୍ୱ ନେବେ

Odisha Sports Bureau