Cricket

ମହିଳା ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକା : ଭାରତୀୟ ମହିଳା କ୍ରିକେଟ ଟିମ୍ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଜେମିମା ରୋଡ୍ରିଗ୍ସ ଏବଂ ରିଚା ଘୋଷଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ୍ ୭ ଉଇକେଟରେ ପାକିସ୍ତାନ ମହିଳା ଟିମକୁ ପରାସ୍ତ କରିଛି । ରବିବାର ଦକ୍ଷିଣ ଆଫ୍ରିକାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ମହିଳା ଟି-୨୦ ବିଶ୍ୱକପ୍ରେ ପାକିସ୍ତାନକୁ ଭାରତ ୭ ଉଇକେଟରେ ପରାସ୍ତ କରିଛି । କେପଟାଉନର ନ୍ୟୁଲାଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜେମିମା ରୋଡ୍ରିଗ୍ସ ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନିର୍ଦ୍ଧାରିତ ୨୦ଓଭରରେ ପାକିସ୍ତନାନ ୧୪୯ରନ୍ ସ୍କୋର କରିଥିଲା। ଅଧିନାୟିକା ବିସମା ମାରୁଫ ପାକିସ୍ତାନ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୫୫ଟି ବଲ୍ ଖେଳି ୭ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ଅପରାଜିତ ୬୮ ରନ୍ ଯୋଡ଼ିଥିଲେ।

 

Related posts

ବିଶ୍ୱକପର ଆଜି ହେଉଛି ଅନ୍ତିମ ଦିନ; ମୁହାଁମୁହିଁ ହେବେ ଭାରତ କୁ ଦକ୍ଷିଣ ଆଫିକା

ଫିଟ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା; ପୁନର୍ବାର ଅଧିନାୟକ ହୋଇପାରିବେ ନାହିଁ ରୋହିତ ଶର୍ମା!

Odisha Sports Bureau

ଶ୍ରୀଲଙ୍କାର ଶୋଚନୀୟ ପରାଜୟ, ୬୫ ରନରେ ଜିତିଲା ନ୍ୟୁଜିଲାଣ୍ଡ

Odisha Sports Bureau