Cricket

ଶ୍ରୀଲଙ୍କାର ଶୋଚନୀୟ ପରାଜୟ, ୬୫ ରନରେ ଜିତିଲା ନ୍ୟୁଜିଲାଣ୍ଡ

ସିଡନି : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ଆଜିର ମ୍ୟାଚରେ ଶୋଚନୀୟ ଭାବେ ପରାସ୍ତ ହୋଇଛି ଶ୍ରୀଲଙ୍କା। ମ୍ୟାଚରେ ଶ୍ରୀଲଙ୍କାକୁ ୬୫ ରନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଦ୍ବାରା ରଖାଯାଇଥିବା ୧୬୮ ରନର ବିଜୟ ଲକ୍ଷ୍ୟର ଜବାବରେ ଶ୍ରୀଲଙ୍କା ୧୦୨ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ଦଳ ଆରମ୍ଭରୁ ୪ଟି ଓ୍ବିକେଟ ହରାଇ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୮ ରନ କରିଥିବାବେଳେ ୪ଟି ଓ୍ବିକେଟ ହରାଇଥିଲା । ଦଳୀୟ ସ୍କୋର ୨୪ ହେବାବେଳକୁ ଦଳ ୫ଟି ଓ୍ବିକେଟ ହରାଇସାରିଥିଲା । ଭାନୁକା ରାଜପକ୍ଷେ ଓ ଦାସୁନ ସନକା ଲଢୁଆ ବ୍ୟାଟିଂ କରି କ୍ରିଜରେ କିଛି ସମୟ ତିଷ୍ଠିବାକୁ ସକ୍ଷମ ହୋଇଥିଲେ । ରାଜପକ୍ଷେ ୩୪ ରନ ଓ ସନକା ୩୫ ରନ କରିବାରୁ ଦଳ ୧୦୦ ପର୍ଯ୍ୟନ୍ତ ଯାଇପାରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲଟ୍ ୪ଟି ଓ୍ବିକେଟ ନେଇଥିବାବେଳେ ମିଚେଲ ସାଣ୍ଟନର ଓ ଇସ ସୋଡି ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଆରମ୍ଭରୁ ୩ଟି ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୫ରନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ଫିଲିପ୍ସ ଓ ଡାରିଲ ମିଚେଲ ଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ କରିବା ସହ ଦଳୀୟ ସ୍କୋରକୁ ଏକ ଭଲ ସ୍ତରକୁ ନେଇଯାଇଥିଲେ । ତେବେ ମିଚେଲ ୨୨ରନରେ ଆଉଟ ହେବା ପରେ ଦଳର ମଧ୍ୟ ଭାଗ ବ୍ୟାଟ୍ସମ୍ୟାନମାନେ ବି ବିଫଳ ହୋଇଥିଲେ । ନ୍ୟୁଜିଲାଣ୍ଡ ତରଫରୁ ସବୁଠାରୁ ଅଧିକ ୩ ଓ୍ଵିକେଟ ଟ୍ରେଣ୍ଟ ବୋଲ୍ଟ ନେଇଛନ୍ତି। ମିଚେଲ ୨ଟି, ସାଉଦୀ, ସୋଢି, ଫେରଗୁସନ ୧ଟି ଲେଖାଏଁ ଓ୍ଵିକେଟ ନେଇଛନ୍ତି।

Related posts

ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର କରିବାରେ ପ୍ରଥମ ଏସୀୟ ହେଉଛନ୍ତି କୋହଲି

କ୍ରିକେଟ୍ ପାଇଁ ବିବାଦ, ୩ଟି ଯାକ ମ୍ୟାଚ ଖେଳିବନି ପାକିସ୍ତାନ

Odisha Sports Bureau

ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସରେ 15 ବର୍ଷ ପାଳନ କଲେ, ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

Odisha Sports Bureau