Cricket

ଆଜି ଆଇପିଏଲ ରେ ଦୁଇଟି ମ୍ୟାଚ

(ଓଡିଶା ସ୍ପୋର୍ଟ): ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣର ମହାକୁମ୍ଭ ଆରମ୍ଭ ହୋଇଯାଇଛି । ୫୧ଦିନ ଧରି ଚାଲିବାକୁ ଥିବା ଖେଳର ପ୍ରଥମ ଦିନରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପରକିଙ୍ଗସ୍ । ପ୍ରଥମ ମୁକାବିଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୭ ଓ୍ଵିକେଟରେ ହରାଇଛି ଚେନ୍ନାଇ । ଆଜି ଆଇପିଏଲର ଦ୍ୱିତୀୟ ଦିନରେ ଖେଳାଯିବ ଦୁଇଟି ମ୍ୟାଚ୍ । ମ୍ୟାଚ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଆସିବେ ଦୁଇ ଦୁଇ ଟି ଦଳ । ପ୍ରଥମ ମ୍ୟାଚ୍ ଅପରାହ୍ଣ ୪ଟାରେ କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଏବଂ ରାତି ୮ଟାରେ ମୁମ୍ବାଇରେ ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ।

Related posts

ଧୋନିଙ୍କୁ ଅତିଥି ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିବ

Odisha Sports Bureau

କାଲିଠାରୁ ଆରମ୍ଭ ହେବ ଅଷ୍ଟ୍ରେଲିଆ-ଭାରତ ଏକଦିବସୀୟ ଶୃଙ୍ଖଳା ମ୍ୟାଚ

Odisha Sports Bureau

IND vs WI: ମ୍ୟାଚ୍ ଖେଳିବେନି ରିଙ୍କୁ ସିଂ, ଘୋଷଣା କଲା ବିସିସିଆଇ

Odisha Sports Bureau