Cricket

ଆଚରଣ ବିଧିକୁ ଉଲ୍ଲଙ୍ଘନ କରିଥିବାରୁ ଗୋଟିଏ ମ୍ୟାଚ୍ରୁ ବାସନ୍ଦ ହୋଇଛନ୍ତି ଋଷଭ ପନ୍ତ

ନୂଆଦିଲ୍ଲୀ: ପ୍ଲେଅଫକୁ ଯିବା ପାଇଁ ସଂଘର୍ଷ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ବଡ଼ ଝଟକା । ଦଳର ଅଧିନାୟକ ଋଷଭ ପନ୍ତ ଗୋଟିଏ ମ୍ୟାଚ୍ରୁ ବାସନ୍ଦ ହୋଇଛନ୍ତି। ସେ ଆଇପିଏଲର ଆଚରଣ ବିଧିକୁ ବାରମ୍ବାର ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିସିସିଆଇ ପକ୍ଷର ରୁ ନିଷ୍ପତି ନିଆଯାଇଛି। ମେ ୭ ତାରିଖ ଆଇପିଏଲ୍ର ୫୬ ତମ ମ୍ୟାଚ ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ ରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ଖେଳିଥିଲା ଦିଲ୍ଲୀ। ଏଥିରେ ଦଳ ମନ୍ଥର ଗତିରେ ବୋଲିଂ କରି ସ୍ଲୋ ଓଭର ରେଟ୍ ତ୍ରୁଟି କରି ଆଇପିଏଲ ନିୟମ ଉଲ୍ଲଂଘନ କରିଥିଲା । ଏହି ତ୍ରୁଟି ଯୋଗୁ କ୍ୟାପ୍ଟେନ୍ ଋଷବ ପନ୍ତଙ୍କ ଉପରେ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ ଲଗାଯାଇଛି। ଫଳରେ ସେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିପାରିବେ ନାହିଁ। ଏନେଇ ବିସିସିଆଇ କହିଛି “ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟର ଆର୍ଟିକଲ ୮ ଅନୁସାରେ, ମ୍ୟାଚ୍ ରେଫରୀଙ୍କ ରୁଲିଂକୁ ଚ୍ୟାଲେଞ୍ଜ କରି ଡିସି ଏକ ଆବେଦନ କରିଥିଲା । ଏହାର ପୁନଃ ସମୀକ୍ଷା କରିବା ପାଇଁ ମାମଲା ବିସିସିଆଇ ବିଚାରକ କମିଟି ପାଖକୁ ପଠାଯାଇଥିଲା । ଏହାପରେ ବିଚାରକ କମିଟି ପକ୍ଷରୁ ଏକ ମୌଖିକ ଶୁଣା ଣି କରି ମ୍ୟାଚ୍ ରେଫରୀଙ୍କ ରୁଲିଂକୁ ଠିକ୍ ବୋଲି ଦର୍ଶା ଯାଇଥିଲା ।” ଫଳରେ ନିୟମ ଅନୁସାରେ ଦିଲ୍ଲୀ ଟିମ୍ ଖେଳାଳି ଓ କ୍ୟାପ୍ଟେନକୁ ଦଣ୍ଡିତ କରାଯାଇଛି। ବିସିସିଆଇ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚ ନା ଦିଆଯାଇଛି ଏହା ପୂର୍ବରୁ ବି ଚଳିତ ଆଇପିଏଲ ର ସ୍ଲୋ – ଓଭର ରେଟିଂ ପାଇଁ ଋଷବ ପନ୍ତଙ୍କୁ ଦୁଇ ଥର ଫାଇନ କରାଯାଇଛି। ଲକ୍ଷାଧିକ ଟଙ୍କା ଫାଇନ୍ ଦେଇଛନ୍ତି କ୍ରିକେଟର। ଏବେ ତୃତୀୟ ଥର ସମାନ ଭୁଲ୍ କରିବା କ୍ୟାପ୍ଟେନ୍ କୁ ମହଙ୍ଗା ପଡ଼ିଛି। ରାଜସ୍ଥାନ ରାୟଲ୍ସ ବିପକ୍ଷରେ ସ୍ଲୋ ଓଭର ରେଟ୍ କାରଣ ଯୋଗୁ କେବଳ ପନ୍ତ ନୁହଁନ୍ତି ଇମ୍ପାକ୍ଟ ପ୍ଲେ ୟାର ସମେତ ଅନ୍ୟ ସମସ୍ତ ଖେଳାଳିଙ୍କୁ ୧୨ ଲକ୍ଷ କିମ୍ବା ମ୍ୟାଚ୍ ଫିସ୍ ୫୦ ପ୍ରତିଶତ ଜରିମାନା ଭାବେ ଦେବାକୁପଡ଼ିବ।
ସୂଚନା ଥାଉକି ଡିସି ବର୍ତ୍ତମାନ ସୁଦ୍ଧା ବି ଆଇପିଏଲ୍ ରେ ନିଜ ସ୍ଥାନ ବଜାଇ ରଖିଛି। ଗୋଟିଏ ମ୍ୟାଚ ପରାଜୟ ହେଲେ ଦଳ ଟୁର୍ଣ୍ଣା ମେଣ୍ଟରୁ ବାହାରି ଯାଇପାରେ। ତେଣୁ ରବିବାର ଆର୍ସିବି ବିପକ୍ଷରେ ଥିବା ପରବର୍ତ୍ତି ମ୍ୟାଚ୍ ଡିସି ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଦିଲ୍ଲୀ ବର୍ତ୍ତମାନ ଆଇପିଏଲ ଲିଗ୍ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି ।

Related posts

ଦିନିକିଆ କ୍ରିକେଟରୁ ଅଷ୍ଟ୍ରେଲିଆ ଅଧିନାୟକଙ୍କ ଅବସର

Odisha Sports Bureau

କ୍ରିକେଟରୁ ବିଦାୟ ନେଲେ Mr. 360

Odisha Sports Bureau

ପାକିସ୍ତାନକୁ ହରାଇବାର ଗୁମର ଖୋଲିଲେ କୁଲଦୀପ; କହିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ତାଙ୍କ ସାମ୍ନାରେ କାହିଁକି ହେଲେ ଫ୍ଲପ୍?

Odisha Sports Bureau