Cricket

ଦିନିକିଆ କ୍ରିକେଟରୁ ଅଷ୍ଟ୍ରେଲିଆ ଅଧିନାୟକଙ୍କ ଅବସର

ଅଷ୍ଟ୍ରେଲିଆ: ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିୟ ଅଧିନାୟକ ଆରୋନ ଫିଞ୍ଚ ଅବସର ଘୋଷଣା କରିଛନ୍ତି। ଏହାଛଡା ଅନ୍ତର୍ଜାତୀୟ କ୍ରିକେଟରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ଶ୍ରୀ ଫିଞ୍ଚ ରବିବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଦିନିକିଆ ଖେଳିବେ। ୫୦ ଓଭର ଫର୍ମାଟରେ ଶ୍ରୀ ପଞ୍ଚଙ୍କୁ ଆଉ ଖେଳୁଥିବାର ଦେଖିବାକୁ ମିଳିବନି। ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟି-୨୦ ଓ ଫ୍ରାଞ୍ଚାଇଜ ଖେଳ ଜାରିରଖିବେ। ଶ୍ରୀ ପିଞ୍ଚ ଅଷ୍ଟ୍ରେଲିଆର ସଫଳତମ ଅଧିନାୟକଙ୍କ ମଧ୍ୟରୁ ଜଣେ। ଶ୍ରୀ ପିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ୨୦୨୧ ଟି-୨୦ ବିଶ୍ୱକପ ଜିତିବାରେ ସକ୍ଷମ ହୋଇଥିଲା। ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ର୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ପିଞ୍ଚଙ୍କ ଅବସରକୁ ନେଇ କ୍ରିକେଟ ପ୍ରେମୀମାନେ ସହଜରେ ଗ୍ରହଣ କରିପାରିନାହାଁନ୍ତି। ଦିନିକିଆ ମ୍ୟାଚରେ କିଛି ଦିନ ହେଲା ଖରାପ ପ୍ରଦର୍ଶନ କାରଣରୁ ଅବସର ନେଇଥିବା ଚର୍ଚ୍ଚା ହେଉଛି। ଜଣେ ନୂଆ ଅଧିନାୟକଙ୍କୁ ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତ କରିବା ଓ ଜିତିବା ପାଇଁ ସୁଯୋଗ ଦେବାର ସମୟ ଆସିଛି ବୋଲି ଅବସର ଘୋଷଣା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Related posts

ଟିମ୍ ଇଣ୍ଡିଆର ଖେଳାଳିଙ୍କ ଉପରେ ଅଭିଯୋଗ ଆଣିଲେ ଜାଡେଜାଙ୍କ ପତ୍ନୀ

Odisha Sports Bureau

ଗୁପଚୁପ ବିକାଳିରୁ ଷ୍ଟାର କ୍ରିକେଟର : ଯଶସ୍ୱୀ ଜୟସ୍ୱାଲ

ମଇଦାନରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ

Odisha Sports Bureau