More Sports

ଆଜିଠାରୁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା

(ଓଡିଶା ସ୍ପୋର୍ଟ): ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ସର୍ବଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫଆଇ) ୫୧ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। କାତାରର ଦୋହାଠାରେ ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବ । ଏହି ଦଳରେ ୨୬ ଜଣ ପୁରୁଷ ଏବଂ ୨୫ ଜଣ ମହିଳା ପ୍ରତିଯୋଗୀ ସ୍ଥାନ ପାଇଛନ୍ତି। ଓଡ଼ିଶାରୁ ଦୂତି ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ଏହି ଦଳରେ ଅଛନ୍ତି। ଦୂତି ୨୦୦ ମିଟର ଦୌଡ଼ରେ ଅଂଶ ଗ୍ରହଣ କରିବେ। ଏଥିଲାଗି ସେ ଇଣ୍ଡିଆନ୍ ଗ୍ରାଁପ୍ରି-୨ରେ ଯୋଗ୍ୟତା ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ଫେଡେରେସନ୍ କପରେ ଭଲ କରି ପୂର୍ଣ୍ଣିମା ମହିଳା ହେପ୍ଟାଥଲନ ପାଇଁ ମନୋନୀତ ହୋଇଛନ୍ତି। ଦୂତି ମଧ୍ୟ ୪ ଗୁଣା୧୦୦ ସମ୍ଭାବ୍ୟ ଦଳରେ ଅଛନ୍ତି। ଟ୍ରାଏଲ୍ସରେ ଭଲ କଲେ ସେ ମଧ୍ୟ ଏହାର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତୀୟ ଦଳରେ ନୀରଜ ଚୋପ୍ରା. ଜିନସନ ଜନସନ, ତେଜିନ୍ଦର ପାଲ ସିଂହ, ଏମଆର ପୁଭାମ୍ମା, ସ୍ବପ୍ନା ବର୍ମନଙ୍କ ଭଳି ତାରକା ଖେଳାଳି ମଧ୍ୟ ରହିଛନ୍ତି। ଏଣୁ ଏଥର ଭାରତ ପୂର୍ବାପେକ୍ଷା ଭଲ କରିବ ବୋଲି ଆଶା କରାଯାଉଛି

Related posts

ଏସିଆ ତିରନ୍ଦାଜ ଚମ୍ପିଆନସିପ୍: ଭାରତୀୟ ତୀରନ୍ଦାଜି ଜିତିଲେ ବ୍ରୋଞ୍ଜ ପଦକ

Odisha Sports Bureau

କରୋନା ପାଇଁ ବନ୍ଦ ହେବ ନାହିଁ ଟୋକିଓ ଅଲମ୍ପିକ୍ସ

Odisha Sports Bureau

ଡ଼ିସେମ୍ବର ୧ରୁ କବାଡ଼ି ବିଶ୍ୱକପ ଆରମ୍ଭ

Odisha Sports Bureau