More Sports

ବିଶ୍ୱ ଚମ୍ପିଆନସିପ୍: ଅନ୍ନୁ ରାଣୀ ଜାଭେଲିନ୍ ଥ୍ରୋ ର ଫାଇନାଲରେ ପ୍ରବେଶ କରିଥବା ପ୍ରଥମ ଭାରତୀୟ ମହିଳା

(ଓଡିଶା ସ୍ପୋର୍ଟସ): ଭାରତର ଜାଭେଲିନ୍ ଥ୍ରୋ ର ଶୀର୍ଷ ଆଥଲେଟ୍ ଅନ୍ନୁ ରାଣୀ ୱାର୍ଲଡ ଆଥଲେଟିକ୍ ଚମ୍ପିଆନସିପରେ ସୋମବାର ଦିନ ଏକ ନୂଆ ରେକର୍ଡ ସହିତ ଫାଇନାଲ ପାଇଁ କ୍ୱାଲିଫାଇ କରିଛନ୍ତି । ୨୭ ବର୍ଷିୟ ଅନ୍ନୁଙ୍କୁ କ୍ୱାଲିଫକେସନ ସମୟରେ ଗ୍ରୁପ୍ ‘ଏ’ରେ ରଖାଯାଇଥିଲା । ସେ ତାଙ୍କର ପ୍ରଥମ ପ୍ରୟାସରେ ବର୍ଚ୍ଛାକୁ ୫୭.୦୫ ମିଟର ଦୁରକୁ ଫିଙ୍ଗିଥିଲେ । ଦ୍ୱିତୀୟ ପ୍ରୟାସରେ ୬୨.୪୩ ମିଟର ଦୁରତା ଫିଙ୍ଗିଥିଲେ, ଯାହା ତାଙ୍କର ରାଷ୍ଟ୍ରୀୟ ରେକର୍ଡ ୬୨.୩୪ ମିଟର ଠାରୁ ଉନ୍ନତ ଥିଲା ।
ସେ ଏହି ରେକର୍ଡ ଏହି ବର୍ଷ ମାର୍ଚ୍ଚ ମାସରେ ପଟିଆଲାରେ ହୋଇଥିବା ଫେଡରେସନ କପ୍ ରେ କରିଥିଲେ । ଏହି ଚେଷ୍ଟା ଦ୍ୱାରା ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ ରଖିବରେ ସଫଳ ହୋଇଛନ୍ତି । ସେ ବିଶ୍ୱ ଚମ୍ପିଆନସିପର ବର୍ଚ୍ଛା ବିଭାଗରେ ଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଭାରତୀୟ ମହିଳା ଅଟନ୍ତି । ଅନ୍ନୁ ଗ୍ରୁପ୍ ‘ଏ’ରେ ତୃତୀୟ ସ୍ଥାନରେ ରହିଲେ ଏବଂ କ୍ୱାଲିଫାଇ ରାଉଣ୍ଡର ପଞ୍ଚମ ସର୍ବଶ୍ରେଷ୍ଠ ଆଥଲେଟ୍ଙ୍କ ରୂପରେ ଫାଇନାଲରେ ପ୍ରବେଶ କରିଛନ୍ତ । ଚୀନର ଏସିଆ ଚମ୍ପିଆନ ଲିୟୁ ହୁଇହୁଇ(୬୭.୨୭ ମିଟର) ଏବଂ ଜର୍ମାନିର କ୍ରଷ୍ଟ୍ରିନ୍ ହୁସୋଗ(୬୫.୨୯ ମିଟର) ୬୩.୫୦ ମିଟରର କ୍ୱାଲିଫକେସନ୍ ମାନଦଣ୍ଡକୁ ହାସଲ କରିପାରିଥିଲେ, ଅନ୍ନୁଙ୍କ ସହିତ ଅନ୍ୟ ୧୦ ଜଣ ଏହାପରେ ସର୍ବଶ୍ରେଷ୍ଟ ପ୍ରଦର୍ଶନ ଆଧାରରେ ଫାଇନାଲରେ ପ୍ରବେଶ କରିଛନ୍ତି । ଚୀନର ଲିୟୁ ଶିୟିଙ୍ଗ୍(୬୩.୪୮) ପ୍ରଥମ ସ୍ଲୋଭେନିଆର ରତେଜ୍ ମାର୍ଟିନ (୬୨.୮୭) ଦ୍ୱିତୀୟ ସ୍ଥାନରେ ଏବଂ ୬୦.୫୦ ମିଟରରେ ଅନ୍ନୁ ତୃତୀୟ ସ୍ଥାନରେ ରହିଥିଲେ ।

Related posts

ଅଲିମ୍ପିକ୍ ଦିବସରେ ଲେଟସ ମୁଭ୍ ଅଭିଯାନରେ ଯୋଗ ଦେଲା ଓଡିଶାର ୬୩,୦୦୦ ବିଦ୍ୟାଳୟ

ଏସୀୟ ସୁଟିଂ ଚାମ୍ପିଅନସିପ୍ 2026 ରେ ସ୍ୱର୍ଣ୍ଣ ପଦକ ଜିତିଲେ ଇଶା ସିଂହ

Odisha Sports Bureau

ଭାରୋତ୍ତଳନରେ ବିନ୍ଦ୍ୟାରାଣୀଙ୍କୁ ରୌପ୍ୟ ପଦକ

Odisha Sports Bureau