Cricket

୧୦୦ତମ ଟି-୨୦ ମ୍ୟାଚ ଖେଳିଲେ ଆଲିସା

(ଓଡିଶା ସ୍ପୋର୍ଟସ):  ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ଖେଳାଳି ଆଲିସା ହିଲି ସୋମବାର ଦିନ ନର୍ଥ ସିଡନୀ ଓଭାଲଠାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୧୦୦ତମ ଟି-୨୦ ମ୍ୟାଚ୍ ଖେଳି ନୂଆ କୀର୍ତ୍ତିମାନ କରିଛନ୍ତି। ସେ ବିଶ୍ୱର ନବମ ମହିଳା ଖେଳାଳି ଭାବେ ଏହି ମାଇଖଲୁଣ୍ଡ ହାସଲ କରିଛନ୍ତି।
ପୂର୍ବରୁ ଅଷ୍ଟ୍ରେଲିଆର ଏଲିସ୍ ପେରୀ ୧୦୦ ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି। ଏବେ ଆଲିସା ଦ୍ୱିତୀୟ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଏହି ଉପଲବ୍ଧି ଅର୍ଜନ କରିଛନ୍ତି। ଗତବର୍ଷ ଡିସେମ୍ବରରେ ହିଲିଙ୍କୁ ଆଇସିସି ପକ୍ଷରୁ ଶ୍ରେଷ୍ଠ ଟି-୨୦ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।

Related posts

ବିଶ୍ୱ କ୍ରିକେଟର ସବୁଠାରୁ ରାଗି ଖେଳାଳି

Odisha Sports Bureau

ଶ୍ରୀଲଙ୍କା ସିରିଜ୍ ପୂର୍ବରୁ ଚିନ୍ତା ବଢ଼ାଇଲା ଯଶସ୍ୱୀଙ୍କ ଫର୍ମ

Odisha Sports Bureau

ମହିଳା T-20 ବିଶ୍ୱକପ: ଭାରତ ଏବଂ ପାକିସ୍ଥାନ ମଧ୍ୟରେ କେଉଁ ଦିନ ହେବ ଲଢେଇ

Odisha Sports Bureau