Cricket

୨୦୨୬ ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଜିମ୍ବାୱେ

୨୦୨୬ ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଜିମ୍ବାୱେ । ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ପରି ପୂର୍ବତନ ବିଶ୍ବ ଚାମ୍ପିୟନ ଦଳକୁ ୨୩ ରନ୍‌ରେ ହରାଇ ଦେଇଛି ଜିମ୍ବାୱେ । କଲୋମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ଜିମ୍ବାୱେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ।

Australia crash to defeat against inspired Zimbabwe at T20 World Cup -  Yahoo Sports

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାୱେ ଦଳ ୨୦ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୧୬୯ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଓପନର ବ୍ରାଏନ୍ ବେନେଟ୍ ସର୍ବାଧିକ ୬୪ ରନ୍ କରି ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଡିୱାନାସେ ମାରୁମାନି ଓ ରୟାନ୍ ବର୍ଲ ୩୫ ରନ୍ ଲେଖାଏଁ କରିଥିବାବେଳେ ଅଧିନାୟକ ସିକନ୍ଦର ରଜା ଶେଷ ଆଡକୁ ୨୫ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ ।

May be an image of text

ଜିମ୍ବାୱେର ୧୭୦ ରନର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ଦଳର ଆରମ୍ଭ ଖରାପ ରହିଥିଲା । ଜୋଶ ଇଙ୍ଗଲିସ୍ ମାତ୍ର ୮ ରନ କରି ପଡ଼ିଆରୁ ବିଦାୟ ନେଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାମେରନ ଗ୍ରୀନ୍ କୌଣସି ସ୍କୋର ନକରି ଆଉଟ୍ ହୋଇଥିଲେ । ଚତୁର୍ଥ ନମ୍ବରରେ ଆସିବା ପରେ ଟିମ୍ ଡେଭିଡ୍ ମଧ୍ୟ ବ୍ୟାଟରେ କିଛି ବିଶେଷ କରି ପାରି ନ ଥିଲେ ଏବଂ ମାତ୍ର ଦୁଇଟି ବଲ୍ ଖେଳି ଆଉଟ୍ ହୋଇଥିଲେ । ଅଧିନାୟକ ଟ୍ରାଭିସ୍ ହେଡ୍ ୧୫ ବଲ୍ ରେ ୧୭ ରନ କରି ବ୍ରାଡ୍ ଇଭାନ୍ସଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମ୍ୟାକ୍ସୱେଲ୍ ୩୨ ବଲ୍ ଖେଳି ୩୧ ରନ୍ କରି ଆଉଟ୍ ହୋଇଥିଲେ । ମ୍ୟାଟ୍ ରେନଶ ଗୋଟିଏ ପଟେ ପାରି ସମ୍ଭାଳି ଥିଲେ ମଧ୍ୟ ଶେଷରେ ୪୪ ବଲରେ ୬୫ ରନ୍ କରି ଆଉଟ୍ ହୋଇଥିଲେ । ଶେଷରେ ୧୯.୩ ଓଭରରେ ଅଷ୍ଟ୍ରେଲିଆ ୧୪୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଜିମ୍ବାୱେର ପକ୍ଷରୁ ବ୍ଲେସିଂ ମୁଜାରାବାନି ଚାରି ଓଭର ରେ ମାତ୍ର ୧୭ ରନ୍ ଦେଇ ଚାରିଟି ୱିକେଟ୍ ନେଇଥିଲେ । ବ୍ରାଡ୍ ଇଭାନ୍ସ ୩.୩ ଓଭରରେ ୨୩ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ ।

3 major reasons why Australia lost to Zimbabwe in T20 World Cup 2026

Related posts

ଦୀନେଶ କାର୍ତ୍ତିକଙ୍କ ପରେ ଏବେ ଶିଖର ଧାୱନ ନେବେ ଅବସର? ମିଳିଲା ବଡ ସୂଚନା

Odisha Sports Bureau

ମୁମ୍ବାଇର ୱାଙ୍ଖଡେରେ ଭାରତକୁ ଭେଟିବ ଶ୍ରୀଲଙ୍କା

Odisha Sports Bureau

ବିରାଟ କୋହଲି ODI ସିରିଜ ପୂର୍ବରୁ ଭାରତ ଫେରିଲେ

Odisha Sports Bureau