Cricket

ପୁଣି ଥରେ ସୋସିଆଲ୍‌ ମିଡିଆ ବିବାଦରେ ଫସିଛନ୍ତି ବିରାଟ…

ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ପୁଣି ଥରେ ସୋସିଆଲ୍‌ ମିଡିଆ ବିବାଦରେ ଫସିଛନ୍ତି। ଏଥର ଏହି ମାମଲାଟି ଜଣେ ଜର୍ମାନ ପ୍ରଭାବଶାଳୀ ଲିଜଲାଜଙ୍କ ଇନଷ୍ଟାଗ୍ରାମ ଫଟୋ ସହିତ ଜଡିତ, ଯାହାକୁ ନେଇ ଦାବି କରାଯାଉଛି ଯେ କୋହଲି ଏହାକୁ ପସନ୍ଦ କରିଛନ୍ତି।  ଲିଜଲାଜ୍ ନାମକ ଜଣେ ଜର୍ମାନ ଇନଫ୍ଲୁଏନ୍ସସରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଇନଷ୍ଟାଗ୍ରାମ ଫଟୋକୁ ଲାଇକ କରିଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । କେତେକ ପ୍ରଶଂସକ ଏହାକୁ ନେଇ ମଜାଦାର ମିମ୍ ସେୟାର କରିଛନ୍ତି ତ ଆଉ କେତେକ ଲେଖିଛନ୍ତି ଏଥର ବି ବୋଧହୁଏ ଆଲଗୋରିଦିମ୍ ସମସ୍ୟା ଯୋଗୁଁ ଏପରି ହୋଇଛି । ଗୁରୁବାର ରାତିରେ, ଏହି ଗସିପର ଏକ ସ୍କ୍ରିନସଟ୍ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା। ଯାହା ଫଳରେ ୟୁଜର୍ସଙ୍କ ମତାମତରେ ଝଡ଼ ସୃଷ୍ଟି କରିଛି। ତଥାପି, ଏହା ସ୍ପଷ୍ଟ ନୁହେଁ ଯେ କୋହଲି ପ୍ରକୃତରେ ପୋଷ୍ଟଟିକୁ ଲାଇକ କରିଛନ୍ତି ନା ଏହା କେବଳ ଏକ ଆଲଗୋରିଦମ ଦ୍ୱାରା ହୋଇଥିବା ଏକ ତ୍ରୁଟି।

ପରେ କୋହଲି ଏହି ବିଷୟକୁ ସ୍ପଷ୍ଟ କରି କହିଥିଲେ ଯେ ଏହା ଇନଷ୍ଟାଗ୍ରାମର ଆଲଗୋରିଦମ ଯୋଗୁଁ ହୋଇଥିଲା। ସେ ଲେଖିଛନ୍ତି, “ଫିଡ୍ ସଫା କରିବା ସମୟରେ ଆଲଗୋରିଦମ ଭୁଲବଶତଃ ଇଣ୍ଟରାକ୍ସନକୁ ରେକର୍ଡ କରିଥିଲା। ଏଥିରେ କୌଣସି ଉଦ୍ଦେଶ୍ୟ ଜଡିତ ନଥିଲା।” ଜର୍ମାନ ସୋସିଆଲ ମିଡିଆ ନିର୍ମାତା ଲିଜଲାଜ୍ ଡିଜିଟାଲ୍ ଦୁନିଆରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛନ୍ତି। ସେ ଜଣେ ଟ୍ରାଭେଲ୍ ଭ୍ଲଗର, ଖାଦ୍ୟ ଅନୁସନ୍ଧାନକାରୀ ଏବଂ ଗାୟିକା ଭାବରେ ଜଣାଶୁଣା। ତାଙ୍କର ଦକ୍ଷିଣ ଆଫ୍ରିକା ସହିତ ଏକ ଦୃଢ଼ ସମ୍ପର୍କ ଥିବା ମଧ୍ୟ ଜଣାପଡ଼ିଛି।

Related posts

ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ହେବନି ପାକିସ୍ତାନ-ଆଫଗାନିସ୍ତାନ ସିରିଜ

Odisha Sports Bureau

ଭାରତ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଟିମ

Odisha Sports Bureau