Cricket

ରଘୁଙ୍କ ‘ରାଧେ ରାଧେ’ ଓ ‘ଜଗନ୍ନାଥ’ ବିଶ୍ବାସ, ୧୫ ବର୍ଷର ସଂଘର୍ଷମୟ କ୍ରିକେଟ୍‌ ଯାତ୍ରା

ସୋମବାରା ଆଇପିଏଲରେ ଖେଳାଯାଇଥିଲା ହାଇ ଭୋଲଟେଜ୍ ମୁକାବିଲା । ଏମଆଇ ବିପକ୍ଷରେ ଲକ୍ଷ୍ନୌ କରିଥିଲା ବିଶାଳ ସ୍କୋର । ହେଲେ ବାଜି ମାରିନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏମଆଇ ବିଜୟରେ ହିରୋ ଥିରେ ରୋହିତ ଶର୍ମା ଏବଂ ରିୟାନ ରିକେଲଟନ୍ । ଉଭୟ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଜିତାଇଥିଲେ । ତେବେ ମୁମ୍ବାଇର ବୋଲିଂ ବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ମ୍ୟାଚରେ ମୁମ୍ବାଇ ରଘୁ ଶର୍ମାଙ୍କୁ ସୁଯୋଗ ଦେଇଥିଲା । ସେ ନିଜର ଆଇପିଏଲର ଦ୍ୱିତୀୟ ମୁକାବିଲା ଖେଳୁଥିଲେ । ତେବେ ମ୍ୟାଚରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟସର ଅକ୍ଷତ ରଘୁବଂଶୀଙ୍କୁ ଆଉଟ୍ କରିଥିଲେ । ୧୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ଅକ୍ଷତ । ଯାହାପରେ ଭିନ୍ନ ଅନ୍ଦାଜରେ ସେଲିବ୍ରେସନ୍ କରିଥିଲେ ରଘୁ ଶର୍ମା ।

ଓ୍ୱିକେଟ୍ ନେବା ପରେ ରଘୁ ଏକ ନୋଟ୍ ବାହାର କରିଥିଲେ । ଏହାକୁ ସେ କ୍ୟାମେରା ସହ ସାଥି ଖେଳାଳିଙ୍କୁ ଦେଖାଇଥିଲେ । ଏଥିରେ ତାଙ୍କର ୧୫ ବର୍ଷର ଅପେକ୍ଷା ଏବଂ ସଫଳତା ବାବଦରେ ଉଲ୍ଲେଖ ରହିଥିଲା । ଏହାସହ ପ୍ରତୀକ୍ଷାର ଅନ୍ତ ହୋଇଥିବା ସେ ନୋଟରେ ଉଲ୍ଲେଖ କରିଥିଲେ । ନୋଟର ଆରମ୍ଭରେ ସେ ରାଧେ ରାଧେ ଲେଖିଥିବା ବେଳେ ଗୁରୁଦେବଙ୍କ ଆଶୀର୍ବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ଧନ୍ୟବାଦ ଦେଇଥିଲେ ।

ସୂଚନାଯୋଗ୍ୟ, ରଘୁ ଶର୍ମାଙ୍କୁ ମୁମ୍ବାଇ ଗତ ବର୍ଷ ଦଳରେ ସାମିଲ କରିଥିଲା । ବିଘ୍ନେଶ ପୁଥୁର ଆହତ ହେବା ପରେ ରଘୁଙ୍କୁ ନିଆ ଯାଇଥିଲା । ପ୍ରଥମେ କିଛି ମୁକାବିଲାରେ ବେଞ୍ଚରେ ବସାଇବା ପରେ ଦଳ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ସୁଯୋଗ ଦେଇଥିଲା । ସେ ସିଏସକେ ବିପକ୍ଷରେ ୨୪ ରନ୍ ବ୍ୟୟ କରିଥିଲେ ମଧ୍ୟ କୌଣସି ଓ୍ୱିକେଟ୍ ନେଇନଥିଲେ ।

Related posts

ICC ମହିଳା ODI ବୋଲିଂ ମାନ୍ୟତାରେ ୫୩ ସ୍ଥାନ ଉପରକୁ ଉଠି ୯୪ତମ ସ୍ଥାନରେ ପହଞ୍ଚିଲେ ବୈଷ୍ଣବୀ ଶର୍ମା

Odisha Sports Bureau

ମିନି ନିଲାମ ପାଇଁ ଅଣ୍ଟା ଭିଡିଲେଣି ସବୁ ଫ୍ରାଞ୍ଚାଇଜ୍

Odisha Sports Bureau

ଭାରତକୁ ବଡ଼ ଲକ୍ଷ ଦେଲା ଦକ୍ଷିଣ ଆଫ୍ରିକା, ୧୮୮ର ଟାର୍ଗେଟ୍

Odisha Sports Bureau