Cricket

ଆଇ ପି ଏଲ୍ ଫାଇନାଲର ଟିକେଟ୍ କାଟିଲା ଗୁଜୁରାଟ ଟାଇଟନ୍ସ ।

ଚାଲିଥିବା ଆଇପିଏଲ ମହାସମର ୨୦୨୬ ର ଦ୍ୱିତୀୟ କ୍ୱାଲିଫାୟର୍‌ର ଟିକେଟ୍ କାଟିଲା ଗୁଜୁରାଟ ଟାଇଟନ୍ସ । ଗତକାଲିର ମ୍ୟାଚରେ ଚମତ୍କାର ପଦର୍ଶନ କରି ୮ ଉଇକେଟ୍‌ରେ ଆର୍ ଆର୍‌କୁ ପରାସ୍ତ କରି ଫାଇନାଲ୍‌କୁ ଓଲ୍ଳାଇଛି ଏଞ । ଏହାସହ ଆସନ୍ତା ୩୧ ମେ, ୨୦୨୬ (ରବିବାର) ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମହାଲଢ଼େଇରେ ଗୁଜରାଟର ସାମ୍ନା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଜଉଈ) ସହ ହେବ। ତେବେ ଗତକାଲିର ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ସାମ୍ନାରେ ୨୧୫ ରନ୍‌ର ଏକ ବିଶାଳ ବିଜୟ ଲକ୍ଷ୍ୟ ରହିଥିଲେ ଏହାପରେ ମଧ୍ୟ ଅଧିନାୟକ ଶୁଭମନ ଗିଲ୍ ଏବଂ ଓପନର ସାଇ ସୁଦର୍ଶନଙ୍କ ଦମଦାର ବ୍ୟାଟିଂ ଏହି ମୁସ୍କିଲ୍ ଲକ୍ଷ୍ୟକୁ ସହଜ କରିଦେଇଥିଲା। ଗୁଜରାଟ ମାତ୍ର ୧୮.୪ ଓଭରରେ ୨ ଉଇକେଟ ହରାଇ ବିଜୟ ହାସଲ କରିନେଇଥିଲା। ଅଧିନାୟକ ଗିଲ୍ ମାତ୍ର ୫୩ଟି ବଲ୍‌ରେ ୧୦୪ ରନ୍‌ର ଏକ ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ।

GT vs RR Highlights, IPL 2026 Qualifier 2: Shubman Gill Ton Eclipses  Vaibhav Sooryavanshi's 96 As GT Beat RR To Set Up Final With RCB | Cricket  News
ତେବେ ଆଇପିଏଲ୍ ଇତିହାସରେ ଗୁଜରାଟ ଟାଇଟନ୍ସ ମାତ୍ର ୫ଟି ସିଜନ୍ ମଧ୍ୟରେ ୩ୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କପ୍ତାନୀରେ ଦଳ ୨୦୨୨ ଏବଂ ୨୦୨୩ ରେ ଫାଇନାଲ୍ ଖେଳିଥିଲା। ୨୦୨୨ ରେ ଦଳ ରାଜସ୍ଥାନକୁ ହରାଇ ଚାମ୍ପିଅନ୍ ହୋଇଥିବା ବେଳେ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗସ ସାମ୍ନାରେ ହାରି ରନର୍ସଅପ୍ ହୋଇଥିଲା। ହାର୍ଦ୍ଦିକଙ୍କ ପରେ ଗୁଜରାଟକୁ ଫାଇନାଲ୍‌ରେ ପହଞ୍ଚାଇବାରେ ଗିଲ୍ ଦ୍ୱିତୀୟ ଅଧିନାୟକ ବନିଛନ୍ତି।

GT vs RR Winner And Toss Prediction IPL 2026 Qualifier 2: Who Will Win  Today's IPL
ଆଇପିଏଲ୍ ଇତିହାସରେ ଏହା ପ୍ରଥମ ଥର ହେବ ଯେବେ ଫାଇନାଲ୍ ମ୍ୟାଚ୍‌ରେ ଗୁଜରାଟ ଏବଂ ବାଙ୍ଗାଲୋର ମଧ୍ୟରେ ମୁହାଁମୁହିଁ ଲଢ଼େଇ ହେବ। ଚଳିତ ସିଜନ୍‌ରେ ଉଭୟ ଦଳ ଏପର‌୍ୟ୍ୟନ୍ତ ୩ ଥର ପରସ୍ପର ସହ ଖେଳି ସାରିଛନ୍ତି, ଯେଉଁଥିରୁ ଆରସିବି ୨ଟି ମ୍ୟାଚ୍ ଏବଂ ଗୁଜରାଟ ୧ଟି ମ୍ୟାଚ୍ ଜିତିଛି ଏବେ ଗୁଜରାଟ ପାଖରେ ସେହି ପରାଜୟର ପ୍ରତିଶୋଧ ନେବାର ବଡ଼ ସୁଯୋଗ ରହିବ।

Related posts

ନୂଆ ଲୁକରେ ଫେରିବ ଟିମ ଇଣ୍ଡିଆ

Odisha Sports Bureau

ଉଜ୍ଜ୍ୱଳ ହେବାକୁ ଯାଉଛି ସଞ୍ଜୁଙ୍କ ଭାଗ୍ୟ; ଟି -୨୦ ବିଶ୍ୱକପ ପରେ ମଧ୍ୟ ତାଙ୍କ ସ୍ଥାନ ଟିମ୍ ଇଣ୍ଡିଆରେ ରହିବ!

ସୂର୍ଯ୍ୟକୁମାର ଯାଦବ ହଠାତ୍ MI ଅଧିନାୟକ