Cricket

ନ୍ୟାସନାଲ ସ୍ପୋର୍ଟସ ଆୱାର୍ଡ-୨୦୨୫: ୧୭ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର, ଖେଳ ରତ୍ନ ପାଇଁ କାହାରି ନାଁ ନାହିଁ

ନ୍ୟାସନାଲ ସ୍ପୋର୍ଟସ ଆୱାର୍ଡ-୨୦୨୫ ପାଇଁ ବିଜେତାଙ୍କ ନାଁ ଘୋଷଣା ହୋଇଛି। ଚଳିତବର୍ଷ ଦେଶର ୧୭ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ତେବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି, ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ଏଥର କୌଣସି ଖେଳାଳିଙ୍କ ନାଁ ଚୟନ ହୋଇନାହିଁ।

National Sports Awards 2025 announced; 17 sportspersons named for Arjuna Award - NKTV

ଅର୍ଜୁନ ପୁରସ୍କାର ପାଇଁ ଚୟନ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଆଥଲେଟିକ୍ସର ତେଜସ୍ୱିନ ଶଙ୍କର, ମହମ୍ମଦ ଅଜମଲ ଭି ଓ ପ୍ରିୟଙ୍କା ଗୋସ୍ୱାମୀ ରହିଛନ୍ତି। ବ୍ୟାଡମିଣ୍ଟନରୁ ଗାୟତ୍ରୀ ଗୋପୀଚନ୍ଦ ଓ ଟ୍ରିସା ଜଲି ଏବଂ ଚେସ୍‌ରୁ ଦିବ୍ୟା ଜିତେନ୍ଦ୍ର ଦେଶମୁଖ ଓ ବିଦିତ ଗୁଜରାଠୀ ମଧ୍ୟ ଏହି ସମ୍ମାନ ପାଇବେ।

National Sports Awards 2025: Tejaswin Shankar, Diyva Deshmukh among Arjuna nominations; no Khel Ratna for third time | Mint

ସେହିପରି ବକ୍ସିଂର ନରେନ୍ଦ୍ର, ଶୁଟିଂର ଅଖିଲ ଶିଓରାନ, ଡେଫ୍ ଶୁଟିଂର ଧନୁଷ ଶ୍ରୀକାନ୍ତ, ହକିର ଲାଲରେମସିଆମି ଓ ରାଜକୁମାର ପାଲ, କବାଡିର ସୁରଜିତ ଓ ପୂଜା, ପାରା-ଶୁଟିଂର ରୁଦ୍ରାଂଶ ଖଣ୍ଡେଲୱାଲ, ପାରା-ଆଥଲେଟିକ୍ସର ଏକତା ଭୟାନ ଏବଂ ରୋଇଂର ଅରବିନ୍ଦ ସିଂହଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ମିଳିବ।

ଏହା ସହିତ ଭାରତୀୟ ଫୁଟବଲର ପୂର୍ବତନ ଖେଳାଳି । ଅରୁମାଇନାୟଗମଙ୍କୁ ଲାଇଫ୍‌ଟାଇମ୍ ଅର୍ଜୁନ ପୁରସ୍କାର ପାଇଁ ଚୟନ କରାଯାଇଛି। ସେ ୧୯୬୨ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣଜୟୀ ଭାରତୀୟ ଫୁଟବଲ ଦଳର ସଦସ୍ୟ ଥିଲେ।କ୍ରୀଡ଼ା କୋଚ୍‌ମାନଙ୍କୁ ଦିଆଯାଉଥିବା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ମଧ୍ୟ ନାଁ ଘୋଷଣା ହୋଇଛି। ପରବୀର ସିଂହ, ଛୋଟେ ଲାଲ ଯାଦବ ଓ ନେହା ନନ୍ଦକୁମାର ଚଭାଣଙ୍କୁ ନିୟମିତ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଧର୍ମେନ୍ଦ୍ର ସିଂହ ଯାଦବ ଓ ବୀରେନ୍ଦ୍ର କୁମାରଙ୍କୁ ଲାଇଫ୍‌ଟାଇମ୍ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଚୟନ କରାଯାଇଛି।

ତେବେ ଚଳିତବର୍ଷ ଖେଳ ରତ୍ନ ପାଇଁ କାହାରି ନାଁ ଘୋଷଣା ନହେବା ହିଁ ଏହି ତାଲିକାର ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।

 

Related posts

ଭାରତ ବନାମ ଈଣ୍ଡିଜ ଟି ୨୦- ରୋହିତଙ୍କ ନୂଆ ରେକର୍ଡ଼ କରିବା ସମ୍ଭାବନା

Odisha Sports Bureau

ରଣ୍‌ଜୀ ମ୍ୟାଚ୍‌: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ଇନିଂସ ବିଜୟ

Odisha Sports Bureau

ଗୁଜରାଟ ବିପକ୍ଷରେ ଅର୍ଦ୍ଧଶତକ ହାସଲ କଲେ କୋହଲି

Odisha Sports Bureau