Cricket

ରଣଜୀ ଟ୍ରଫିରେ ଗୁଜରାଟଠାରୁ ୧୦ ୱିକେଟରେ ପରାସ୍ତ ହେଲା ଓଡ଼ିଶା

ରଣଜୀ ଟ୍ରଫିରେ ପୁଣି ନିରାଶ କଲା ଓଡ଼ିଶା । ନୂଆ କୋଚ୍, ନୂଆ ଖେଳାଳି, ହେଲେ ବଦଳିଲାନି ଦଳର ପ୍ରଦର୍ଶନ । ଚଳିତ ରଣଜୀ ଟ୍ରଫି ୨୦୨୬-୨୭ ସିଜିନ୍‌ର ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଠାରୁ ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି ଓଡ଼ିଶା । ଦ୍ୱିତୀୟ ଇନିଂସରେ ମାତ୍ର ୧୬୧ ରନ୍‌ରେ ଅଲ୍‌ଆଉଟ୍ ହୋଇଛି ଦଳ । ଫଳରେ ଗୁଜରାଟ ଆଗରେ ମାତ୍ର ୪୭ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ଯାହାକୁ ଘରୋଇ ଦଳ କୌଣସି ୱିକେଟ୍ ନ ହରାଇ ସହଜରେ ହାସଲ କରିନେଇଛି ।

Ranji Trophy: Sai Kishore highlights the need to build on the win over  Odisha - The Hindu

ମ୍ୟାଚ୍‌ର ଶେଷ ଦିନରେ ୪ ୱିକେଟ୍ ହରାଇ ୧୧୯ ରନ୍‌ରୁ ଖେଳ ଆରମ୍ଭ କରିଥିଲା ଓଡ଼ିଶା । ହେଲେ ଗୁଜରାଟର ସ୍ପିନର୍ ସିଦ୍ଧାର୍ଥ ଦେଶାଇଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଓଡ଼ିଆ ବ୍ୟାଟର । ୩୬ ରନ୍ ବ୍ୟୟ କରି ୫ଟି ୱିକେଟ୍ ନେଇଥିଲେ ସିଦ୍ଧାର୍ଥ । ଫଳରେ ୪୬.୧ ଓଭରରେ ୧୬୧ ରନ୍‌ରେ ସୀମିତ ରହିଥିଲା ଓଡ଼ିଶାର ଦ୍ୱିତୀୟ ଇନିଂସ ।

Ranji Trophy day 3 stumps Goa vs Baroda at Panjim

ନୂଆ ରଣନୀତି ଓ ନୂଆ ଖେଳାଳିଙ୍କୁ ନେଇ ଚଳିତ ସିଜିନ୍‌ରେ ଭଲ ଆରମ୍ଭର ଆଶା ରଖିଥିଲେ ଓଡ଼ିଶାର କ୍ରିକେଟ୍ ପ୍ରେମୀ । ହେଲେ ପ୍ରଥମ ମ୍ୟାଚ୍‌ର ପରାଜୟ ଦଳର ପ୍ରଦର୍ଶନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛି । ଏବେ ଆଗାମୀ ମ୍ୟାଚ୍‌ରେ ଓଡ଼ିଶା ଦଳ କିପରି ପ୍ରତ୍ୟାବର୍ତ୍ତନ କରୁଛି, ତାହା ଉପରେ ରହିବ ସମସ୍ତଙ୍କ ନଜର ।

Ranji Trophy: Sonu's maiden five-wicket haul puts Tamil Nadu in the  driver's seat - The Hindu

Related posts

ସେମି ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ହାତରେ ଆଘାତ

Odisha Sports Bureau

ଆଇସିସି ଦିନିକିଆ ରାଙ୍କିଙ୍ଗ : ସିରାଜ ନମ୍ବର ୱାନ ବୋଲର , ଗିଲ ନମ୍ବର ୱାନ ବ୍ୟାଟର

Odisha Sports Bureau

ମନୁ ଭାକର ତାଙ୍କ ଗୁରୁ ଜସପାଲ ରାଣାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ