Cricket

ସେମି ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ହାତରେ ଆଘାତ

ନୂଆଦିଲ୍ଲୀ: ଆଗକୁ ଟି-୨୦, ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ସେମି ଫାଇନାଲ୍‌ ଖେଳିବ ଭାରତ। ମାତ୍ର ଖେଳ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ପ୍ରାକ୍ଟିସ୍‌ ମ୍ୟାଚ୍‌ ସମୟରେ କ୍ଷତାକ୍ତ ହୋଇଛନ୍ତି ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ରୋହିତ ଶର୍ମା। ପ୍ରାକ୍ଟିସ୍‌ ମ୍ୟାଚ୍‌ ସମୟରେ ରୋହିତ ଶର୍ମାଙ୍କ ଡାହାଣ ହାତରେ ଆଘାତ ଲାଗିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ତେବେ ସେମି ଫାଇନ‌ାଲ୍‌ ପୂର୍ବରୁ ଏପରି ଏକ ଅଘଟଣକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ରୋହିତ।

ହାତରେ ଆଘାତ ଲାଗିବା ପରେ ରୋହିତ ତାଙ୍କ ହାତରେ ଆଇସ୍‌ ପ୍ୟାକ୍‌ ଲଗାଇଥିଲେ। ଆଇସ୍‌ ପ୍ୟାକ୍‌ ଲଗାଇବାର ମାତ୍ର କିଛି ସମୟ ପରେ ପୁଣି ଥରେ ବ୍ୟାଟ୍‌ ଧରି ପ୍ରାକ୍ଟିସ୍‌ ଆରମ୍ଭ କରି ଦେଇଛନ୍ତି ସେ। ଏଥିରୁ ସ୍ପଷ୍ଟ ହୋଇଛି ଯେ, କୌଣସି ବି ମତେ ସେମି ଫାଇନାଲ୍‌ ମ୍ୟାଚ୍‌କୁ ଖେଳିବାକୁ ଥିବା ଜୋଶ୍‌କୁ ରୋହିତ କମ୍‌ କରିବାକୁ ଦେଇନାହାନ୍ତି। ତାଙ୍କ ଅସୁସ୍ଥତା ମ୍ୟାଚ୍‌ ଉପରେ ପ୍ରଭାବ ପକାଇବ ନାହିଁ ଆଶା କରାଯାଉଛି। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରୋହିତ ଶର୍ମା ପ୍ରଥମ ଥର ପାଇଁ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି।

Related posts

ବିଶ୍ବ କପ୍ ପୂର୍ବରୁ ରୋହିତଙ୍କ ଗୋଡରେ ଆଘାତ

Odisha Sports Bureau

ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ପାଇଁ ମୁମ୍ବାଇ ବାହାରିଲା ଟିମ୍ ଇଣ୍ଡିଆ

Odisha Sports Bureau

ଆଇପିଏଲ ନିଲାମରେ ୯୭୧ଜଣ ଖେଳାଳି

Odisha Sports Bureau