Cricket

ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସର ବାଜିମାତ

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍‌ରେ ୧୧ରନ୍‌ରେ ପଞ୍ଜାବ କିଙ୍ଗସ୍ ବିଜୟୀ ହାସଲ କରିଛି । ଚେନ୍ନାଇ ସୁପର କିଙ୍ଗସ୍ ଦମଦାର ଖେଳ ପ୍ରଦର୍ଶନ କରିବା ସତ୍ୱେ ମଧ୍ୟ ପଞ୍ଜାବ କିଙ୍ଗ୍ସ ବିଜୟୀ ହେବାରେ ସଫଳ ହୋଇଛି । ମହେନ୍ଦ୍ର ସିଂହ ଧୋନି ଏବଂ ଅମ୍ବାତି ରାୟୁଡୁ ୭୮ ରନ କରିଥିଲେ । ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ପଞ୍ଜାବ କିଙ୍ଗ୍ସ ୧୮୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ଚେନ୍ନାଇ ୬ ୱିକେଟ୍ ବିନିମୟରେ ୧୭୬ ରନ୍ କରିପାରିଥିଲା। ସୁପର କିଙ୍ଗ୍ସ ଅଧିନାୟକ ରବୀନ୍ଦ୍ର ଜାଡେଜା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଚେନ୍ନାଇ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ସେହି ଅଷ୍ଟମ ମୁକାବିଲାରୁ ଚତୁର୍ଥ ବିଜୟ ହାସଲ କରିଥିଲା। ୱାଙ୍ଖଡ଼େରେ ଲଗାତାର ପଞ୍ଚମ ମ୍ୟାଚ୍ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି ।

ସୂଚନାଯୋଗ୍ୟ ଯେ ‌ଚେନ୍ନାଇ ସୁପରକିଙ୍ଗ୍ସ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପଞ୍ଜାବ କିଙ୍ଗ୍ସ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ୧୮ ରନ୍‌ରେ ଆଉଟ୍ କରି ପ୍ରାରମ୍ଭିକ ସଫଳତା ବି ପାଇଥିଲା। ଦ୍ବିଶତକ ମ୍ୟାଚ୍‌ ଖେଳିଥିବା ଅନ୍ୟତମ ଓପନର ଶିଖର ଧାୱନ (୮୮*) ଓ ଭାନୁକା ରାଜପାସ୍କେ (୪୨) କିନ୍ତୁ ଧୈର୍ଯ୍ୟ ଓ ସାହସର ସହ ଖେଳି ଦ୍ବିତୀୟ ୱିକେଟ୍‌ରେ ବହୁମୂଲ୍ୟ ୧୧୦ ରନ୍ ଯୋଡ଼ି ପଞ୍ଜାବ ସ୍ଥିତି ମଜବୁତ କରି ନେଇଥିଲେ। ବିଶେଷ କରି ଧାୱନ ୩୭ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

 

Related posts

ଝାଡ଼ଖଣ୍ଡରୁ ସର୍ବାଧିକ ବ୍ୟକ୍ତିଗତ କରଦାତା ହେଲେ ଏମଏସ ଧୋନି

ହସପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂ

Odisha Sports Bureau

ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ବୋଲର୍ ବୁମରା ବାପା ହୋଇଛନ୍ତି

Odisha Sports Bureau