Cricket

ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି : ଗୁଆହାଟୀରେ ପହଞ୍ଚିଲା ଶ୍ରୀଲଙ୍କା

(ଓଡ଼ିଶା ସ୍ପୋର୍ଟସ ): ଜାନୁଆରି ୫ ତାରିଖରୁ ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚ ଗୁଆହାଟୀରେ ଖେଳାଯିବ। କିନ୍ତୁ ନାଗରିକତା ଆଇନକୁ ନେଇ ଏବେ ଆସାମରେ ଆଇନଶୃଙ୍ଖଳା ପରିସ୍ଥିତି ଭଲ ନାହିଁ। ତେଣୁ ଏଠାରୁ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ବିସିସିଆଇ କହିଥିଲା, ତେବେ ଆସାମ ସରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ପରେ ଏଠାରେ ମ୍ୟାଚର ଆୟୋଜନ ହେଉଛି।

ଏଥିପାଇଁ ଲତିସ୍ ମାଲିଙ୍ଗାଙ୍କୁ ନେତୃତ୍ୱରେ ଶ୍ରୀଲଙ୍କା ଦଳ ଗୁଆହାଟୀରେ ପହଞ୍ଚିସାରିଛି। ଖୁବଶ୍ରୀଘ୍ର ଟିମ୍ ଇଣ୍ଡିଆର ଖେଳାଳିମାନେ ମଧ୍ୟ ସେଠାରେ ପହଞ୍ଚିବେ। ଶନିବାର ଉଭୟ ଦଳର ଖେଳାଳିମାନେ ପଡ଼ିଆରେ ଅଭ୍ୟାସ କରିବେ। ଏହାପରେ ରବିବାର ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ।

ରାଜ୍ୟ ସରକାର ମଧ୍ୟ ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ଷ୍ଟାଡିୟମ୍‌ର ମୋଟ ୩୯,୫୦୦ ଟିକେଟ ମଧ୍ୟରୁ ୨୭,୦୦୦ ବିକ୍ରି ହୋଇସାରିଲାଣି। ରାଜ୍ୟବାସୀ ମଧ୍ୟ ଏବେ ଖ୍ରୀଷ୍ଟମାସ ଓ ନୂଆ ବର୍ଷକୁ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି। ଏପରିକି ରାଜ୍ୟବାସୀଙ୍କ ନଜର ଏବେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଉପରକୁ ଯାଇଛି।

Related posts

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚରେ ବାଦ ପଡିପାରନ୍ତି ରୋହିତ ଶର୍ମା

Odisha Sports Bureau

ଧୋନୀ ବିରାଟଙ୍କ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚା