More Sports

୧୦ରୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା

(ଓଡ଼ିଶା ସ୍ପୋର୍ଟସ ): ଆସନ୍ତା ୧୦ ତାରିଖରୁ ଆରମ୍ଭ ହେଉଛି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାର ୩ୟ ସଂସ୍କରଣ। ଆସାମର ଗୌହାଟୀଠାରେ ଏହା ଅନୁ୍ଷ୍ଠିତ ହେବ । ଏହି କ୍ରୀଡ଼ା ପ୍ରତିଯୋଗିତା ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ୨୨ ତାରିଖ ଦିନ ଏହି ପ୍ରତିଯୋଗିତା ଉଦ୍ୟା୍ପିତ ହେବ।
ଏଥିରେ ସାରା ଦେଶରୁ ୧୦ ହଜାର ଖେଳାଳି ଓ ପ୍ରଶିକ୍ଷକ ଏଥିରେ ଯୋଗଦେବେ। ୧୩ ଦିନ ଧରି ୪୫୧ଟି ମେଡାଲ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୭ ଏବଂ ୨୧ ବର୍ଷରୁ କମ୍ ବର୍ଗରେ ପ୍ରତିଯୋଗିତା ହେବ । ଗତ ୨ଟି ସଂସ୍କରଣରେ ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀ ଶ୍ରେଷ୍ଠ ୩ଟି ସ୍ଥାନରେ ରହିଛନ୍ତି।
ଆସାମ କ୍ରୀଡ଼ା ପ୍ରାଧିକରଣ ମହାନିର୍ଦ୍ଦେଶକ ଓଙ୍କାର କେଡ଼ିଆ ଓ ସାମାଜିକ କଲ୍ୟାଣ ବିଭାଗ ସଚିବ ହେମେନ ଦାସ କହିଛନ୍ତି ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ସର୍ବୋତ୍ତମ ଭିତ୍ତିଭୂମି ଓ କ୍ରୀଡ଼ା ଉପକରଣ ଯୋଗାଇ ଦିଆଯିବ। ଇତିମଧ୍ୟରେ ଏଗାରଟି କ୍ରୀଡ଼ାସ୍ଥଳ ସଂପୂର୍ଣ୍ଣଭାବେ ପ୍ରସ୍ତୁତ ହୋଇସାରିଛି । ଶ୍ରୀ ଦାସ କହିଛନ୍ତି ଯେ ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଚଳିତ ବର୍ଷ ପ୍ରଥମଥର ଲାଗି ସାଇକେଲ ଚାଳନା ଓ ଲନ୍‍ ବଲ୍କୁ୍ ସାମିଲ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ନିଜର ସ୍ୱପ୍ନ ସାକାର କରିବା ଦିଗରେ ଏହି କ୍ରୀଡ଼ା ଭିତ୍ତିଭୂମି ସହାୟକ ହେବ ବୋଲି ଶ୍ରୀ କେଡ଼ିଆ ଆଶାବ୍ୟକ୍ତ କରିଛନ୍ତି।

Related posts

ଭାରତୀୟ ବାଳକ, ଏୟାରଥିଙ୍ଗସ୍ ମାଷ୍ଟର୍ସରେ ଘଟାଇଲେ ବିପର୍ଯ୍ୟୟ

Odisha Sports Bureau

ଏସିଆନ ଗେମ୍ସ ୧୩ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

କାରୁଆନାଙ୍କ ଠାରୁ ପରାଜିତ ହେଲେ ବିଶ୍ୱନାଥନ

Odisha Sports Bureau