Hockey

ଓଡିଆ ହକି ତାରକା ସୁନିତା ଲାକ୍ରା ଅବସର

(ଓଡିଶାସ୍ପୋର୍ଟସ):ଭାରତୀୟ ମହିଳା ହକି ଟିମର ଷ୍ଟାର୍ ଡିଫେଣ୍ଡର୍ ସୁନିତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଲଗାତାର ଆହତ ସମସ୍ୟା କାରଣରୁ ସୁନିତା ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। ସୁନିତା ନିଜ ଆଣ୍ଠୁରେ ଆଉ ଏକ ସର୍ଜରୀ କରାଇବେ ଏବଂ ଏଭଳି ସ୍ଥିତିରେ ତାଙ୍କ ପକ୍ଷେ ପୁଣି କମବ୍ୟାକ୍ କରିବା କଷ୍ଟକର ହୋଇପଡ଼ିବ। ଏହି କାରଣରୁ ସୁନିତା ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଦେଇଛନ୍ତି।

ସୁନିତାଙ୍କ ପକ୍ଷେ ସନ୍ନ୍ୟାସ ଘୋଷଣା କରିବା ନିଷ୍ପତ୍ତି ସହଜ ନଥିଲା। ଅବସର ନେବା ସହ ସୁନିତାଙ୍କର ଚଳିତ ବର୍ଷ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସ ଆଶା ମଧ୍ୟ ଧୂଳିସାତ୍ ହୋଇଯାଇଛି। ସୁନିତା କହିଛନ୍ତି, “ଆଜି ମୋ ପାଇଁ ସବୁଠାରୁ ଭାବବିହ୍ୱଳ ଦିନ, କାରଣ ମୁଁ ନିଜର ପ୍ରିୟ ଖେଳ ହକି ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ୨୦୦୯ରେ ପଦାର୍ପଣ ପରଠାରୁ ଭାରତୀୟ ମହିଳା ଟିମ୍ ସହ ମୋର ଅଭିଯାନ ବହୁତ ଭଲ ରହିଛି। ଏହା ମଧ୍ୟରେ ଆମେ ଅନେକ ଉତଥାନ ଓ ପତନ ମଧ୍ୟ ଦେଖିଛୁ, କିନ୍ତୁ ଏହା ସତ୍ତ୍ୱେ ଆମେ ସର୍ବଦା ନିଜ ଭିତରେ ଏକତା ବଜାୟ ରଖିଥିଲୁ ଏବଂ ନିଜକୁ ମଜଭୁତ୍ ରଖିବା ପାଇଁ ପରସ୍ପରକୁ ପ୍ରେରଣା ଯୋଗାଇଥାଉ।”
ସୁନିତା ଆହୁରି କହିଛନ୍ତି, ୨୦୧୬ ରିଓ ଅଲିମ୍ପିକ୍ସରେ ଖେଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି, କାରଣ ଭାରତୀୟ ମହିଳା ହକି ଟିମ୍ ତିନି ଦଶନ୍ଧି ପରେ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିଥିଲା। ଅନେକେଙ୍କ ମତରେ ଭାରତୀୟ ମହିଳା ହକି ପାଇଁ ଏହା ଐତିହାସିକ କ୍ଷଣ ଥିଲା, କିନ୍ତୁ ମୋର ବିଶ୍ୱାସ ଯେ ଏହି ଟିମ୍ ଆହୁରି ଅନେକ ଆଗକୁ ଯିବ। ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ମୁଁ ଭାଗ ନେବାକୁ ଚାହୁଁଥିଲି, କିନ୍ତୁ ଆଣ୍ଠଜନିତ ଆଘାତ ମୋତେ ଏହି ବଡ଼ ସ୍ୱପ୍ନରୁ ରୋକି ଦେଇଛି। ଡାକ୍ତର ମୋତେ ଆଗାମୀ ଦିନରେ ଆଉ ଏକ ସର୍ଜରୀ କରାଇବାକୁ ପରାମର୍ଶ ଦେଇଛନ୍ତି ଏବଂ ମୁଁ ଜାଣିନି ଯେ ପୁଣିଥରେ ଫିଟ୍ ହେବା ପାଇଁ ମୋତେ କେତେ ଦିନ ଲାଗିବ। ପୁନର୍ବାର ଫିଟ୍ ହେବା ପରେ ମୁଁ ଘରୋଇ ହକି ଖେଳିବା ଜାରି ରଖିଛି। ମୁଁ ନାଲକୋ ପକ୍ଷରୁ ଖେଳିଛି, ଯିଏ ମୋତେ ଚାକିରି ଦେଇ ମୋ କ୍ୟାରିୟରରେ ବହୁତ ସାହାଯ୍ୟ କରିଛି।

Related posts

କଳିଙ୍ଗ ଷ୍ଟାଡ଼ିୟମରେ ସର୍ବ ଭାରତୀୟ ହକି ପ୍ରତିଯୋଗିତା

Odisha Sports Bureau

ହକି ବିଶ୍ୱକପ ପାଇଁ ଆଜି ସେମି ଫାଇନାଲରେ ହେବ କଡା ଟକ୍କର

Odisha Sports Bureau

ଚେନ୍ନାଇ, ତାମିଲନାଡୁକୁ ଆଗାମୀ ହିରୋ ଏସୀୟ ଚାମ୍ପିଅନ୍ସ ଟ୍ରଫି 2023 ପାଇଁ ମନୋନିତ କଲା ହକି ଇଣ୍ଡିଆ

Odisha Sports Bureau