Cricket

ଭାରତ-ଶ୍ରୀଲଙ୍କା ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳ ଘୋଷିତ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବ। ସିରିଜର ପ୍ରଥମ ମ୍ୟାଚ୍ ଗୌହାଟୀରେ ଖେଳାଯିବାକୁଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୭ ତାରିଖରେ ଇନ୍ଦୋର ଏବଂ ତୃତୀୟ ମ୍ୟାଚ୍ ୧୦ ତାରିଖରେ ପୁଣେରେ ଅନୁଷ୍ଠିତ ହେବ।ଏଥିପାଇଁ ଶ୍ରୀଲଙ୍କା ଟି-୨୦ ଦଳର ଘୋଷଣା କରାଯାଇଛି। ଟିମକୁ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ୍ ପ୍ରାୟ ୧୬ମାସ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମାଥ୍ୟୁସ୍ ନିଜର ଶେଷ ଟି-୨୦ ମ୍ୟାଚ୍ ୨୦୧୮ ଅଗଷ୍ଟ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଆହତ ହୋଇଥିବା ପେସ୍ ବୋଲର ନୁୱନ୍ ପ୍ରଦୀପ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ କାସୁନ୍ ରଜିତାଙ୍କୁ ସ୍ଥାନ ମିଳିଛି।

ସେହିପରି ଶେହାନ୍ ଜୟସୂରିୟା ସ୍କ୍ୱାଡରୁ ବାଦ୍ ପଡ଼ିଛନ୍ତି। ତେବେ ଅଲରାଉଣ୍ଡର ଧନଞ୍ଜୟ ଡି’ସିଲଭା ଦଳକୁ ଫେରିଛନ୍ତି। ଟିମର କ୍ୟାପଟେନ୍ ଭାର ସର୍ବୋପରି ପେସ୍ ବୋଲର ଲସିଥ୍ ମାଲିଙ୍ଗା ବହନ କରିବେ। ଏହାବ୍ୟତୀତ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କୁଶଲ ପରେରା, ଦନୁଷ୍କା ଗୁଣତିଳକ ଏବଂ ଅଭିସ୍କା ଫର୍ଣ୍ଣାଣ୍ଡୋ ସ୍ଥାନ ପାଇଛନ୍ତି।
ଶ୍ରୀଲଙ୍କା ଟି-୨୦ ସ୍କ୍ୱାଡ୍: ଲସିଥ୍ ମାଲିଙ୍ଗା (କ୍ୟାପଟେନ୍), ଦନୁଷ୍କା ଗୁଣତିଳକ, ଅଭିସ୍କା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ୍, ଦାସୁଦ୍ ଶନକା, କୁଶଲ ପରେରା, ନିରୋଶାନ୍ ଡିକୱେଲା, ଧନଞ୍ଜୟ ଡି’ସିଲଭା, ଇସୁରୁ ଉଦାନା, ଭାନୁକା ରାଜପାକସା, ଓସାଡା ଫର୍ଣ୍ଣାଣ୍ଡୋ, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା, କୁଶଲ ମେଣ୍ଡିସ୍, ଲକଶନ୍ ସାଣ୍ଡାକାନ୍, କାସୁନ୍ ରଜିତା।

Related posts

ବିମାନରେ ଧୋନିଙ୍କୁ ଦେଲେ ଚକଲେଟ

ପଡିଆକୁ ହେଲମେଟ ଫିଙ୍ଗିବା ପଡିବ ମହଙ୍ଗା, ଫାଇନ ଗଣିପାରିବେ ସଞ୍ଜୁ

Odisha Sports Bureau

ଟେଷ୍ଟରେ ୧୦୦୦ ରନ ପୂରଣ କଲେ ଶୁଭମନ ଗିଲ୍

Odisha Sports Bureau