Cricket

ଭାରତୀୟ ଦଳକୁ ଫେରିବେ ଅଭିଜ୍ଞ ପେସର୍ ଭୁବନେଶ୍ୱର କୁମାର

ଭାରତୀୟ ଦଳକୁ ଫେରିବେ ଅଭିଜ୍ଞ ପେସର୍ ଭୁବନେଶ୍ୱର କୁମାର। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍ ପାଇଁ ତାଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ଅର୍ଶଦୀପ ସିଂଙ୍କ ଆହତ ସମସ୍ୟା ଯୋଗୁଁ ଭୁବନେଶ୍ୱରଙ୍କୁ ଦଳରେ ସୁଯୋଗ ମିଳିଛି। ଦୀର୍ଘ ପ୍ରାୟ ୪ ବର୍ଷ ପରେ ଭାରତୀୟ ଜର୍ସିରେ ତାଙ୍କୁ ଦେଖିବାକୁ ମିଳିପାରେ। ଟି-୨୦ ଫର୍ମାଟ୍‌ରେ ଅର୍ଶଦୀପ ସିଂ ଙ୍କ ଅନୁପସ୍ଥିତିରେ ଦଳକୁ ଜଣେ ଅଭିଜ୍ଞ ବୋଲରଙ୍କ ଆବଶ୍ୟକତା ଥିଲା। ଏଭଳି ସ୍ଥିତିରେ ଭୁବନେଶ୍ୱର କୁମାରଙ୍କ ଅଭିଜ୍ଞତା ଭାରତ ପାଇଁ ଉପଯୋଗୀ ହୋଇପାରେ।

IND vs WI Injury News: Arshdeep Singh Sustains Shoulder Blow as Bhuvneshwar  Kumar Returns to India's T20I Squad After Four Years

ଅନ୍ୟପଟେ, ଆଇପିଏଲ୍‌ରେ ନିଜର ବୋଲିଂ ଦକ୍ଷତା ଦେଖାଇ ଆସୁଥିବା ଭୁବନେଶ୍ୱରଙ୍କ ପାଇଁ ଏହି ପ୍ରତ୍ୟାବର୍ତ୍ତନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ମଧ୍ୟ ତାଙ୍କୁ ଚୟନ କରାଯାଇଛି। ତେଣୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିଲେ, ନିଜର ଦମ୍ ଦେଖାଇବାକୁ ଚେଷ୍ଟା କରିବେ ଏହି ଅଭିଜ୍ଞ ପେସର୍।

Bhuvneshwar Kumar updated his profile... - Bhuvneshwar Kumar

Related posts

ବାରବାଟୀ ଷ୍ଟାଡିୟମ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଶୁଭ ସାବ୍ୟସ୍ତ ହୋଇଛି

Odisha Sports Bureau

ଭାରତୀୟ ଦଳର କୋଚ ପାଇଁ ଆଗ ଧାଡ଼ିରେ ଜୟବର୍ଦ୍ଦନେ

ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟ ଯୁବରାଜ ସିଂ ଙ୍କ ଜନ୍ମଦିନ

Odisha Sports Bureau