Cricket

ଭାରତୀୟ ଦଳର କୋଚ ପାଇଁ ଆଗ ଧାଡ଼ିରେ ଜୟବର୍ଦ୍ଦନେ

(ଓଡିଶା ସ୍ପୋର୍ଟ): ବିଶ୍ୱକପ ୨୦୧୯ ସେମିଫାଇନାଲରେ ହାରିବା ପରେ ଭାରତୀୟ ଦଳରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ପ୍ରଥମେ ଦଳର କୋଚ ନିର୍ଣ୍ଣୟ ପ୍ରକିୟା ଆରମ୍ଭ ହୋଇଛି ।

ଏଥିନିମନ୍ତେ ବିସିସିଆଇ ଆବେଦନ ଗ୍ରହଣ କରୁଛି । ବର୍ତମାନର କୋଚ ଥିବା ରବି ଶାସ୍ତ୍ରୀଙ୍କ କାର୍ୟ୍ୟକାଳକୁ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ବୃଦ୍ଧି କରାଯାଇଛି।

କିନ୍ତୁ ଦଳର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଅଧ୍ୟକ୍ଷତା କୋଚ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଟିମ୍ ଇଣ୍ଡିଆର କୋଚ ହେବା ପାଇଁ ଅନେକ ଆବେଦନ ଆସିଛି । ସେଥି ମଧ୍ୟରୁ ଶ୍ରୀଲଙ୍କା କ୍ରିକେଟ ଦଳର ପୂର୍ବତନ କ୍ରିକେଟର ମହେଲା ଜୟବର୍ଦ୍ଦନେ ଏହି ତାଲିକାରେ ସାମିଲ ହୋଇଛନ୍ତି । ଜୟବର୍ଦ୍ଦନେଙ୍କ ନାମ ମଧ୍ୟ ତାଲିକାରେ ଆଗରେ ରହିଛି । ସେ ପୂର୍ବରୁ ଇଂଲଣ୍ଡର ସହକାରୀ କୋଚ ଥିଲେ ।
ମହେଲା ଜୟବର୍ଦ୍ଦନେ ଭାରତୀୟ ଦଳର କୋଚ ହେବା ପାଇଁ ଆଗ୍ରହୀ ଅଛନ୍ତି । ସେ ମୁମ୍ବାଇ ଇଣ୍ଡିଆନରେ କାମ କରିସାରିଛନ୍ତି । ସେ ମୁମ୍ବାଇର କୋଚ ଥିବା ବେଳେ ଦଳ ୨ଥର ଚାମ୍ପିଅନ ହୋଇଥିଲା । ତାଙ୍କ ବ୍ୟତୀତ ଗ୍ୟାରୀ କଷ୍ଟନ ଏବଂ ଟମ ମୁଢୀ ମଧ୍ୟ କୋଚ ଦୌଡରେ ଅଛନ୍ତି ।

Related posts

ଟସ୍ ଜିତିଲା USA, ପ୍ରଥମେ କରିବ ବୋଲିଂ

Odisha Sports Bureau

ଭାରତ ଦିବାରାତ୍ର ଟେଷ୍ଟ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି

Odisha Sports Bureau

ଟିମ୍ ଇଣ୍ଡିଆର ଦୁଇ ଖେଳାଳିଙ୍କ ମଧ୍ୟରେ ସିଧାସଳଖ ଟକ୍କର, ICC ନେବ ଚୂଡ଼ାନ୍ତ ନିଷ୍ପତ୍ତି

Odisha Sports Bureau