Cricket

ତାଲିବାନର ଅଦ୍ଭୁତ ପ୍ରତିଶୃତି

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଦେଶ ଆଫଗାନିସ୍ତାନ ଏବେ ତାଲିବାନ କବଜାରେ । ସେମାନଙ୍କ ଅତ୍ୟାଚାରରେଅସ୍ତବ୍ୟସ୍ତ ହୋଇପଡିଛି ସାରା ଦେଶ । ସବୁବେଳେ ଦେଶବାସୀଙ୍କୁ ଲାଗି ରହିଛି ତାଲିବାନୀଙ୍କ ଅତ୍ୟାଚାରର ଭୟ । ଏହି ସମୟରେ ଆଗକୁ ଆସୁଥିବା ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଭାଗ ନେବ କି ନାହିଁ ସେ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ତେବେ ଏ ଘଟରା ନେଇ ତାଲିବାନୀମାନଙ୍କ ତରଫରୁ ମିଳିଛି ଏକ ପ୍ରତିଶୃତି । ଯାହା ସାରା ବିଶ୍ୱ ଏବଂ କ୍ରିକେଟପ୍ରେମୀମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କ୍ରିକେଟକୁ ସମର୍ଥନ କରିବା ପାଇଁ ପ୍ରତିଶୃତି ଦେଇଛି ତାଲିବାନ । ସେମାନେ ଶାସନରେ ଥିବା ବେଳେ ଆଫଗାନିସ୍ତାନ କ୍ରିକେଟ ଖେଳ ଆରମ୍ଭ କରିଥିଲା । ତେଣୁ ପୂର୍ବରୁ ତାଲିବାନ ଯେପରି କ୍ରିକେଟକୁ ସମର୍ଥନ କରୁଥିଲା, ଏବେ ମଧ୍ୟ ସେହିପରି କ୍ରିକେଟକୁ ସମର୍ଥନ କରିବ ବୋଲି ତାଲିବାନ ପ୍ରତିଶୃତି ଦେଇଛି ।
ଏଥିପାଇଁ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ମହାନିର୍ଦ୍ଦେଶକ ଭାବରେ ଅଜିଜୁଲ୍ଲାହ ଫାଜଲୀଙ୍କୁ ପୁଣିଥରେ ନିଯୁକ୍ତି ଦିଆଯାଇଛି । ତାଲିବାନର ସଦସ୍ୟ ଅନସ୍ ହକ୍କାନୀ ରାଷ୍ଟ୍ରୀୟ କ୍ରିକେଟ ଟିମର ସଦସ୍ୟମାନଙ୍କ ସହିତ ବୈଠକ ବେଳେ ଏହି ପ୍ରତିଶ୍ରୁତି ଦେଇଛି । ତାଲିବାନ ସହ ରାଷ୍ଟ୍ରୀୟ କ୍ରିକେଟ ଟିମର ଅଧିନାୟକ ହସମତୁଲ୍ଲା ଶାହିଦୀ, ଚୟନ କମିଟିର ପୂର୍ବତନ ଅଧ୍ୟକ୍ଷ ଅସଦୁଲ୍ଲା ଏବଂ ନୁର ଅଲୀ ଜାଦରାନ ଉପସ୍ଥିତ ଥିଲେ । ଏଥି ସହ ତାଲିବାନର ଜଣେ ସଦସ୍ୟଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଫଗାନିସ୍ତାନରେ କ୍ରିକେଟକୁ ନିଶ୍ଚୟ ସମର୍ଥନ ଦିଆଯିବ, ଏବଂ ଆମେମାନେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବାକୁ ବ୍ୟାକୁଳ ଅଛୁ ବୋଲି ତାଲିବାନର ମୁଖପାତ୍ର କହିଛନ୍ତି । କିଛି ଦିନ ପୂର୍ବରୁ ତାଲିବାନ ନେତା କାବୁଲରେ ପୂର୍ବତନ କ୍ରିକେଟର ଅସଗର ଷ୍ଟାନିକ୍ଜାୟୀ ଏବଂ ଜାତୀୟ ଟିମ ସଦସ୍ୟ ନବରୋଜ ମଙ୍ଗଲଙ୍କ ସହ ସାକ୍ଷାତ କରିଥିଲେ ।

Related posts

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ବିସିସିଆଇର ଭାରତୀୟ ଦଳ ଘୋଷଣା

ବିଶ୍ୱକପ ୧୯: ୬ଷ୍ଠ ତମ ସ୍ଥାନ ଅଧିକାର କରିଛି ଇଂଲଣ୍ଡ

ନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

Odisha Sports Bureau