More Sports

ଭାରତକୁ ପୁଣି ରୋପ୍ୟ

ନୂଆଦିଲ୍ଲୀ: କେନିଆର ନାଇରୋବିଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ ବିଶ୍ୱ ଆଥଲେଟିକ ଚମ୍ପିଆନସିପରେ ରହିଛି ଭାରତର ଦବଦବା । ଭାରତ ପାଇଁ ଏହି ଚମ୍ପିଆନସିପରେ ଖୁବ ସଫଳତା ହାସଲ କରିଛି । ଏପର୍ଯ୍ୟନ୍ତ ମୋଟ ୩ଟି ପଦକ ଅକ୍ତିଆର କରିନେଇଚି ଭାରତୀୟ ଦଳ । ଆଜି ମହିଳା ଲଙ୍ଗଜମ୍ପ ଇଭେଣ୍ଟରେ ଭାରତ ହାସଲ କରିଛି ଆଉ ଏକ ରୋପ୍ୟ ପଦକ । ଏହି ପଦକ ହାସଲ କରିଛନ୍ତି ଭାରତର ରୂପା ଝିଅ ସାଇଲି ସିଂହ ।
୬.୫୯ ମିଟର ଦୂର ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସାଇଲି । କିନ୍ତୁ ଦୁଃଖର ବିଷୟ ଯେ ମାତ୍ର ୧ ସେଣ୍ଟିମିଟର ପାଇଁ ସ୍ୱର୍ଣ୍ଣ ପଦକରୁ ସାଇଲି ବଞ୍ଚିତ ହୋଇଥିଲେ । ୬.୬୦ ମିଟର ଲମ୍ବ ଡେଇଁ ସ୍ୱର୍ଣ୍ଣ ପଦକ ଉପରେ କବଜା କରି ନେଇଥିଲେ ସ୍ୱିଡେନର ମାଜା ଅସକଗ । ତେବେ ୟୁକ୍ରେନର ମାରିଆ ହୋରିଏଲୋଭା ୬.୫୦ ମିଟର ଲମ୍ଫ ଦେଇ ବ୍ରୋଞ୍ଚ ପଦକ ଜିତିଛନ୍ତି । ପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ଯୋଗ୍ୟତା ରାଉଣ୍ଡରେ ସାଇଲି ୬.୪୦ ମିଟର ଦୂର ଜମ୍ପ କରି ଶୀର୍ଷରେ ରହିଥିଲେ । ଫଳରେ ତାଙ୍କର ପଦକ ଜିତିବା ଏକ ପ୍ରକାର ନିଶ୍ଚିତ ଜଣାପଡୁଥିଲା ତାଙ୍କର ପ୍ରଥମ ଦୁଇଟି ଜମ୍ପ ନୈରାଶ୍ୟଜନକ ରହିଥିଲା । ଉଭୟ ଜମ୍ପ ୬.୩୪ ମିଟର ରହିଥିଲା । ହେଲେ ତୃତୀୟ ଜମ୍ପରେ ସେ ୬.୫୦ ମିଟର ଦୂର ଅତିକ୍ରମ କରିଥିଲେ ।
ପୂର୍ବରୁ ୪ ଗୁଣା ୪୦୦ ମିଟର ମିକ୍ସଡ ଟିମ ରିଲେରେ ଭାରତୀୟ ଦଳ ଏବଂ ୧୦,୦୦୦ ମିଟର ରେସ ୱାକରେ ଭାରତର ଅମିତ ଖତ୍ରୀ ପଦକ ହାସଲ କରିବାରେ ସଫଳ ହୋଇସାରିଛନ୍ତି ।

Related posts

ଏସୀୟ ଦୌଡ଼କୁଦ ଫାଇନାଲରେ ଭାରତକୁ ନିରାଶ କଲେ ଦୂତୀ

Odisha Sports Bureau

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau

୮୦ତମ ଜାତୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଓଡ଼ିଶା ମହିଳା ଆଗରେ

Odisha Sports Bureau