More Sports

ଷ୍ଟାଡିୟମରେ ଆରମ୍ଭ ହୋଇଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା

ଢେଙ୍କାନାଳ : ଆଜିଠାରୁ ଢେଙ୍କାନାଳ ଷ୍ଟାଡିୟମରେ ଆରମ୍ଭ ହୋଇଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା । ରାଜ୍ୟ ତୀରନ୍ଦାଜ ସଂଘ, ଜିଲ୍ଲା ତୀରନ୍ଦାଜଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ର ମିଳିତ ସହଯୋଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୩୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେଥିଲାଗି ଶେଷ ହୋଇଛି ପ୍ରସ୍ତୁତ । ରାଜ୍ୟ ତୀରନ୍ଦାଜ ସଂଘ ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସଙ୍କ ନେତୃତ୍ୱରେ ଏକ ଟେକ୍ନିକାଲ ଟିମ୍ ଷ୍ଟାଡିୟମ୍ରେ ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି । ଏହି ପ୍ରତି ଯୋଗିତାରେ ବୌଦ୍ଧ, ଗଞ୍ଜାମ, ସମ୍ବଲପୁର, ଢେଙ୍କାନାଳ, ବଲାଙ୍ଗୀର, କିସ୍ ସ୍ପୋର୍ଟସ୍ ହଷ୍ଟେଲ, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ, କୋରାପୁଟ ହାଲ୍, ସୁନ୍ଦରଗଡ଼ ଓ ସ୍ପୋର୍ଟସ ହଷ୍ଟେଲ୍ ଅଂଶଗ୍ରହଣ କରିଛନ୍ତି। ଇଣ୍ଡିଆନ, ରିକର, କମ୍ପାଉଣ୍ଡ ଆଦି ୩ଟି ରାଉଣ୍ଡରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ମିନି, ସବ୍ଜୁନିୟର, ଜୁନିୟର, ସିନିୟର ବିଭାଗରେ ଉଭୟ ବାଳିକା ଓ ବାଳକ ବର୍ଗର କ୍ରୀଡ଼ାବିତ୍ ଦକ୍ଷତା ଦେଖାଇବେ। ଶୁକ୍ରବାର ଅପରାହ୍ନ ୩ଟାରେ ଏହାର ଉଦଘାଟନୀ ସମାରୋହ ଧାର୍ୟ୍ୟ କରାଯାଇଛି। ସେହିପରି ୧୧ ତାରିଖରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ।

 

Related posts

୧୧ଦିନରେ ୩ଟି ସ୍ୱର୍ଣ୍ଣ ଜିତିଲେ ହିମା ଦାସ

ବିଶ୍ୱ ଜିମ୍ନାନଷ୍ଟିକ୍ ଚମ୍ପିଆନସିପରେ ଭାରତର ଖରାପ ପ୍ରଦର୍ଶନ

Odisha Sports Bureau

ଅଷ୍ଟ୍ରେଲିଆ ଓପନ ଦ୍ୱିତୀୟ ପର୍ଯ୍ୟାରେ ସେରେନା ଓ ଓସାକା

Odisha Sports Bureau