More Sports

ଅଷ୍ଟ୍ରେଲିଆ ଓପନ ଦ୍ୱିତୀୟ ପର୍ଯ୍ୟାରେ ସେରେନା ଓ ଓସାକା

(ଓଡିଶାସ୍ପୋର୍ଟସ ): ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଣ୍ଟରେ ସେରେନା ୱିଲିୟମ୍ସ ଭଲ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ସେହିପରି ଗତ ଚମ୍ପିଆନ ନାଓମି ଓସାକା ମଧ୍ୟ ବିଜୟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେରେନା ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଧୁଆାରେ ବିପଦପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଋଷର ଏନସ୍ତସିଆ ପୋଟାପୋବାଙ୍କ ବିପକ୍ଷରେ ପ୍ରଥମ ସେଟ୍ ୧୯ ମିନିଟରେ ଜିତିଛନ୍ତି, କେବଳ ୫୮ ମିନିଟରେ ୬-୦,୬-୩ରେ ମ୍ୟାଚକୁ ନିଜ ନାମରେ କରିଛନ୍ତି । ଓସାକା ମଧ୍ୟ ଚେକ୍ ଗଣରାଜ୍ୟର ମେରୀ ବୋଜକୋଭାଙ୍କୁ ୮୦ ମିନିଟ୍ ରେ ୬-୨, ୬-୪ରେ ବିଜୟୀ ହୋଇଛନ୍ତି । ସେରେନାଙ୍କ ସାଙ୍ଗ କାରୋଲିନା ଭୋଜନୀୟାକି ମଧ୍ୟ ସିଧାସଳଖ ସେଟରେ ବିଜୟ ହାସଲ କରି ।ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିନେଇଛନ୍ତି । ଡେନମାର୍କର ଏହି ଖେଳାଳୀ ଆମେରିକାର କ୍ରିଷ୍ଟି ଏନ୍ଙ୍କୁ ୬-୧, ୬-୩ରେ ପରାସ୍ତ କରିଛି । ପୁରୁଷ ବର୍ଗରେ କାନାଡାର ଯୁବା ଷ୍ଟାର ୧୩ତମ ସ୍ଥାନରେ ଥିବା ଡେନିସ ଶାପୋଭାଲୋବଙ୍କୁ ପ୍ରଥମ ମ୍ୟାଚରୁ ହିଁ ବାହାରର ରାସ୍ତା ଦେଖିବାକୁ ପଡିଛି । ତାଙ୍କୁ ହଙ୍ଗେରିର ମାର୍ଟିନ ଫୁକସୋଭୀକ୍ସି ୬-୩,୬-୧, (୭/୯),୬-୧, ୭-୬(୭/୩)ରେ ପରାସ୍ତ କରିଛନ୍ତି । ଇଟାଲିର ୮ନଂରେ ଥିବା ମାର୍ଟିନ ବେରେଟିନ ଏବଂ ଆର୍ଜେଣ୍ଟିନାର ୨୨ତମ ସ୍ଥାନରେ ଥିବା ଗୁଇଡୋ ପେଲା ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି, କିନ୍ତୁ କ୍ରୋଏସିଆର ୨୫ତମ ସ୍ଥାନରେ ଥିବା ବୋର୍ନା କୋରିଚଙ୍କ ଏହି ଠାରେ ସଫର ଶେଷ ହୋଇଯାଇଛି ।

ବେରେଟିନି ଅଷ୍ଟ୍ରେଲିଆର ଏଣ୍ଡ୍ରୟୁ ହେରିସ୍ଙ୍କୁ ୬-୩, ୬-୧, ୬-୩ ରେ ଯେତେବେଳେ କି ମଧ୍ୟ ସ୍ଥାନୀୟ ଖେଳାଳୀ ଜନ ପେଟ୍ରିକ୍ ସ୍ମିଥ ୬-୩, ୭-୫, ୬-୪ରେ ପରାସ୍ତ କରିଛନ୍ତି , ଯେତେବେଳେ କି ଗୌରବ ପ୍ରାପ୍ତ ଆମେରିକା ସେମ୍ କ୍ୱିରୀ କୋରୀଚଙ୍କୁ ୬-୩, ୬-୪, ୬-୪ରେ ପରାସ୍ତ କରିଛନ୍ତି ।

Related posts

ରେସିଂ ପଏଣ୍ଟ ଦଳର ବ୍ରେକ୍ ଡକ୍ଟ ୧୫ ପଏଣ୍ଟ କାଟି ଚାରି ମିଲିୟନ ୟୁରୋ ଜରିମାନା

Odisha Sports Bureau

ବର୍ମିଂହାମ ରାଷ୍ଟ୍ରମଣ୍ଡଳ ଖେଳର ନୂଆ ନିୟମ ଉଡାଇଲା ନିଦ

Odisha Sports Bureau

ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

Odisha Sports Bureau