More Sports

ପ୍ରୋ କବାଡ୍ଡୀ: ତାମିଲ ଥଲାଇବାଜକୁ ହରାଇଲା  ୟୁପି ଯେଦ୍ଧା

(ଓଡିଶା ସ୍ପୋର୍ଟସ): ୟୁପି ଯୋଦ୍ଧା ପ୍ରୋ କବାଡି ଲିଗରେ ଶନିବାରଦିନ ଥଲାଇବାଜକୁ ୪୨-୨୨ଅଙ୍କରେ ପରାସ୍ତ କରିଛି । ୟୁପି ପାଇଁ ଶ୍ରୀକାନ୍ତ ଜାଧବ ୮ରେଡ ଅଙ୍କ ହାସଲ କରିଛନ୍ତି, ଯେତେବେଳେ କି ସୁମିତ ୫ ଟେକଲ ଅଙ୍କ ସଂଗ୍ରହ କରିଥିଲା । ଥଲାଇବାଜ ଟିମର ରେଡର ରାହୁଲ ଚୌଧୁରୀ ୫ଟି ରେଡ ଅଙ୍କ ହାସଲ କରିଛନ୍ତି । ଅଙ୍କ ତାଲିକାରେ ୟୁପି ଯୋଦ୍ଦା ୧୭ଟି ମ୍ୟାଚ୍ ମଧ୍ୟରୁ ୯ଟି ମ୍ୟାଚରେ ବିଜୟ ହାସଲ କରି ୫୩ ଅଙ୍କ ସହିତ ଚତୁର୍ଥ ସ୍ଥାନରେ ରହିଛି । ସେହିପରି, ତାମିଲ ଥଲାଇବାଜ ଟିମ୍ କୁ୧୮ଟି ମ୍ୟାଚ୍ ରୁ ୧୨ଟିରେ ପରାଜୟର ସାମ୍ନା କରିବାକୁ ପଡିଛି ସେପଟେ ସପ୍ତମ ସିଜିନର ୧୦୦ତମ ମ୍ୟାଚରେ ଜୟପୁର ପିଙ୍କ୍ ପୈଥର୍ସ ଏବଂ ଗୁଜୁରାଟ ଫର୍ଚ୍ଚ୍ୟୁନଜାଇଣ୍ଟସଙ୍କ ମଧ୍ୟରେ ମୁକାବିଲା ୨୮-୨୮ରେ ଟାଇ ରହିଛି । ଦୁଇ ଟିମଙ୍କ ମଧ୍ୟରେ ଏହା ପ୍ରଥମ ଟାଇ ଅଟେ । ଜୟପୁର ପାଇଁ ବିଶାଲ ୯ଟି ଏବଂ ଦୀପକ ହୁଡ୍ଡା ୪ଟି ଅଙ୍କ ହାସଲ କରିଛନ୍ତି ।

Related posts

ନେସନାଲ୍ ଚମ୍ପିଆନଶିପରେ ସ୍ୱର୍ଣ୍ଣ ଜିତିଲେ ମୀରାବାଇ

Odisha Sports Bureau

ବିଶ୍ୱ ବିଜେତାଙ୍କୁ ହରାଇ ସେମିରେ କବିନ୍ଦର ସିଂହ

Odisha Sports Bureau

ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ

Odisha Sports Bureau