More Sports

ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ପ୍ରଥମ ଲିଟେରାରି ଫେଷ୍ଟିଭାଲ

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ସର୍ବବୃହତ୍‌ ତଥା ସମ୍ମାନଜନକ ସ୍ପୋଟର୍‌ସ ଲିଟେରାରି ଫେଷ୍ଟିଭାଲ। ନଭେମ୍ବର ୨ ଓ ୩ ତାରିଖରେ ହେବାକୁଥିବା ଏହି ମେଗା କାର୍ୟ୍ୟକ୍ରମରେ ଗୋଟିଏ ସ୍ଥାନରେ ଏକାଠି ହେବେ ଦେଶ ବିଦେଶର ପ୍ରତିଷ୍ଠିତ କ୍ରୀଡ଼ା ତାରକା, ସାହିତ୍ୟିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ସାମ୍ବାଦିକ ଏବଂ ପ୍ରତିଷ୍ଠିତ ଲେଖକ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍‌ । ହକି ମହାକୁମ୍ଭ ଆୟୋଜନ ହେବାର କିଛି ସପ୍ତାହ ପୂର୍ବରୁ ସ୍ପୋଟର୍‌ସ ଲିଟେରାରୀ ଫେଷ୍ଟିଭାଲ ଭୁବନେଶ୍ୱରରେ ଖେଳର ଏକ ଭିନ୍ନ ମାହୋଲ ସୃଷ୍ଟି କରିବ ନିଶ୍ଚିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଉଦ୍‌ଘାଟନ କରିବା କର୍ୟ୍ୟକ୍ରମ ରହିଛି।
ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଖେଳାଳୀ ମାନେ ଭାଗ ନେବେ ।ସେମାନଙ୍କ ମଧ୍ୟରେ ବେନ୍ଜଙ୍ଗସନ୍ , . ସୁଇମିଙ୍ଗରେ ଓଲପିଙ୍ଗରେ ୩ ଥର ଗୋଲ୍ଡ ଜିତିଥିବା ଷ୍ଟେଫେନ୍ ରାଇସି, ପୂର୍ବତନ ହକି ଖେଳର ଅଧିନାୟକ ଦିଲିପ୍ ର୍ତିକୀ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ମହମ୍ମଦ କେଫ ଓ ଆକାଶ ଚୋପ୍ରା, ଜାଭଲିଙ୍ଗ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ମିରାଜ ଚୋପ୍ରା ସମେତ ଅନେକ ନାମୀଦାମୀ ଖେଳାଳୀ ଏଥିରେ ଯୋଗ ଦେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମୀଳନୀରେ ସୁଚନା ଦେଇଛନ୍ତି ରାଜ୍ୟ କ୍ରିଡ଼ା ବିଭାଗର ସଚିବ ।

Related posts

ନେସନାଲ୍ ଚମ୍ପିଆନଶିପରେ ସ୍ୱର୍ଣ୍ଣ ଜିତିଲେ ମୀରାବାଇ

Odisha Sports Bureau

ଆଜିଠାରୁ ଆସେସ୍ ଲଢେଇ

Odisha Sports Bureau

ବିଶ୍ୱ ବିଲିୟାର୍ଡସ ଚମ୍ପିଆନସିପରେ ପିଟର ଗିଲକ୍ରିଷ୍ଟ୍ ଚମ୍ପିଆନ, ସୌରଭ ରୌପ୍ୟରେ ସନ୍ତୁଷ୍ଟ

Odisha Sports Bureau