More Sports

ଭାରତ ଜିତିଲା ରୋପ୍ୟ ପଦକ

ନାଇରୋବି: ନାଇରୋବିରେ ଚାଲିଥିବା ଅଣ୍ଡର-୨୦ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପରେ ଭାରତ ହାସଲ କରିଛି ଆଉ ଏକ ପଦକ । ୧୦ ହଜାର ମିଟର ରେସ ୱାକରେ ଭାରତର ଅମିତ ଐତିହାସିକ ରୋପ୍ୟ ପଦକ ଜିତିଛନ୍ତି । ମାତ୍ର ୪୨ ମିନିଟ ୧୭.୯୪ ସେକେଣ୍ଡରେ ସେ ଏହି ଦୂରତାକୁ ଅତିକ୍ରମ କରି ପାରିଥିଲେ । କୌଣସି ରେସ ୱାକରେ ଆଥଲେଟିକ୍ସର ଏହା ଭାରତ ପାଇଁ ପ୍ରଥମ ପଦକ ।
ଅକିତଙ୍କୁ ରୋପ୍ୟ ପଦକ ମିଳିଥିବା ବେଳେ କେନିୟାର ହେରିଷ୍ଟୋନ ୱନୟୋନିୟ ୪୨ ମିନିଟ ୧୦.୮୪ ସେକେଣ୍ଡରେ ୧୦ ହଜାର ମିଟର ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ସ୍ପେନ ଦେଶର ପଲ ମ୍ୟାଗ୍ରାଥ ୪୨ ମିନିଟ ୨୬.୧୧ ସେକେଣ୍ଡରେ ଏହାକୁ ଶେଷ କରି ଜିତିଛନ୍ତି ବ୍ରୋଞ୍ଜ ପଦକ ।

Related posts

ମେକ୍ସିକୋ ଓପନ୍: କ୍ୱାଟର ଫାଇନାଲରେ ରାଫେଲ୍

Odisha Sports Bureau

କାଂସ୍ୟ ପଦକରେ ସନ୍ତୁଷ୍ଟ ହେଲେ ମ୍ୟାରୀ

Odisha Sports Bureau

ଟୋକିଓ ଅଲିମ୍ପିକ୍ସ: ଇଲାଭେନିଲ, ଆନିଶଙ୍କ ସମେତ ୩୪ ସୁଟର ସମ୍ଭାବ୍ୟ କୋର ଗ୍ରୁପରେ ସ୍ଥାନିତ