More Sports

ପୁଣି ନୀରଜଙ୍କୁ ସରପ୍ରାଇଜ

ନୂଆଦିଲ୍ଳୀ: ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିଥିବା ସୁନା ପୁଅ ନୀରଜଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ । ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ କରାଯିବା ସହ ସମ୍ମାନିତ କରାଯାଉଛି । ବିଭିନ୍ନ ରାଜ୍ୟ ଏବଂ ସଂସ୍ଥା ପକ୍ଷରୁ ମିଳୁଛି ଅନେକ ପ୍ରକାରର ଉପହାର । ତେବେ ଏସବୁ ମଧ୍ୟରେ ଆଜି ତାଙ୍କୁ ଏକ ବଡ ଉପହାର ମିଳିବା ନେଇ ଘୋଷିତ ହୋଇଛି ଜଣେ ଖେଳାଳୀ ଭାବରେ ହୁଏତ ଏହା ତାଙ୍କ ପାଇଁ ଶ୍ରେଷ୍ଠ ଉପହ।।ର ହୋଇପାରେ ।
ଦେଶର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୨୩ ତାରିଖରେ ପୁଣେ ଗସ୍ତରେ ଯାଉଛନ୍ତି । ତେବେ ଏହି ସମୟରେ ସେ ଗୋଲ୍ଡେନ ବୟ ନୀରଜଙ୍କ ନାମରେ ଏକ ଷ୍ୟାଡିୟମ କରିବାର ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି । ସିଂ ପୁଣେର ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଟେକ୍ନୋଲୋଜି ଏବଂ ଆର୍ମି ସ୍ପୋର୍ଟସ୍ ଇନଷ୍ଟିଚ୍ୟୁଟ୍ ପରିଦର୍ଶନ କରିବେ । ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ ପରିସରରେ ଷ୍ଟାଡିୟମକୁ ‘ନୀରଜ ଚୋପ୍ରା ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ, ପୁଣେ କ୍ୟାଣ୍ଟନମେଣ୍ଟ’ ନାମରେ ନାମିତ କରିବାର ସମ୍ଭାବନା ରହିଛି।
ଜଣେ ଆଥଲେଟିକ୍ସ ହିସାବରେ ଏକ ଷ୍ଟାଡିୟମକୁ ନିଜ ନାମରେ ଘୋଷଣା ହେବାର ମୂହୁର୍ତ୍ତ ନିଶ୍ଚିତ ଗୌରବର ସମୟ ହୋଇଥାଏ । ଏହା ନୀରଜଙ୍କ ପାଇଁ ଏକ ଦୁର୍ଲଭ ଉପଲବ୍ଧି ହେବ ।

Related posts

ଏସିଆନ ଗେମ୍ସ ୧୩ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

କବାଟ ଭାଙ୍ଗି ୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍

ଦୋହା ୱାର୍ଲଡ ଚମ୍ପିଆନସିପ୍ରେ ଭାଗ ନେବେ ନାହିଁ ତେଜଶ୍ୱିନ

Odisha Sports Bureau