More Sports

ପ୍ରୋ କବାଡ୍ଡି ଲିଗ୍ ୨୦୧୮ର ଆଉ ଏକ ରୋମାଞ୍ଚକର ମୁକାବିଲା, ଦିଲ୍ଲୀ ବେଙ୍ଗଲୁରକୁ ହରାଇଲା ।

(ଓଡିଶା ସ୍ପୋର୍ଟ): ଦବଙ୍ଗ ଦିଲ୍ଲୀ ବୁଧବାର ଦିନ ପ୍ରୋ କବାଡି ଲିଗ(ପୀକେଏଲ) ପଷ୍ଠ ସିରିଜରେ ବେଙ୍ଗଲୁୁର ବ୍ଲୁ କୁ ପରାସ୍ତ କରିଛି । ଏହି ରୋମାଞ୍ଚକର ମୁୁକାବିଲାରେ ଦିଲ୍ଲୀ ଗୋଟିଏ ଅଙ୍କ ଅନ୍ତରରେ ବିଜୟ ପତାକା ଉଡାଇଥିଲା । ଫାଇନାଲ ମୁକାବିଲା ୩୨-୩୧ରେ ଦିଲ୍ଲୀ ଦବଙ୍ଗ ପକ୍ଷରେ ରହିଥିଲା । ଦିଲ୍ଲୀ ମ୍ୟାଚର ଆରମ୍ଭରୁ ଭଲ ଖେଳ ଖେଳିଥିଲା ଏବଂ ଅଧିକତର ସମୟ ବେଙ୍ଗଲୁରକୁ ପଛରେ ପକାଇଥିଲା । ୧୦ ମିନିଟ୍ ମଧ୍ୟରେ ଦିଲ୍ଲୀ ଟିମ୍ ବାଙ୍ଗଲୁର ଉପରେ ୧୦-୬ରେ ଆଗୁଆ ରହିଥିଲା । ବେଙ୍ଗଲୁର ପ୍ରଥମ ହାଫ୍ ରେ ମେଜବାନ୍ ଟମ୍ ର ବରାବରି କରିପାରି ନ ଥିଲା ଏବଂ ଦିଲ୍ଲୀ ଦ୍ୱିତୀୟ ହାଫରେ ୧୪- ୧୦ର ସ୍କୋର ସହିତ ଯାଇଥିଲା । ବେଙ୍ଗଲୁର ଦ୍ୱିତୀୟ ହାଫରେ ଅଙ୍କର ଅନ୍ତରକୁ ପାର କରିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ଦିଲ୍ଲୀ ୩୦ ମିନିଟରେ ୨୭-୧୮ ଅଙ୍କ ବଢାଇ ନେଇଥିଲା ।

ଶେଷ ସମୟରେ ବେଙ୍ଗଲୁର ନିଜର ଅଙ୍କକୁ ବାଣ୍ଟିଥିଲା ଏବଂ ୩୬ ମିନିଟ୍ ରେ ସ୍କୋର ୨୫-୩୧ କରିନେଇଥିଲା । ଦିଲ୍ଲୀ ରୋହିତ କୁମାର ରେଡ୍ କୁ ଅସଫଳ କରି ସ୍କୋର ୩୨-୨୫ କରିଥିଲା । ଏଠାରେ ବେଙ୍ଗଲୁୁର ଲଗାତର ୬ ଅଙ୍କ ନେଇ ଦିଲ୍ଲୀକୁ ଚିନ୍ତାରେ ପକାଇଦେଇଥିଲା । କିନ୍ତୁ ଶେଷ ରେଡ୍ ଦିଲ୍ଲୀ ଭାଗରେ ଆସିଥିଲା ଏବଂ ମିରାଜ ଶେଖ ଏଥିରୁ କେବଳ ସମୟ ବାହାର କରି ନିଜ ଟିମ୍ ପାଇଁ ଏକ ଅଙ୍କର ମାମୁଲି ଅନ୍ତରରେ ଜିତାଇଥିଲେ ।

Related posts

ତାମିଲନାଡୁର ଗୁକେଶ ହେଲେ ବିଶ୍ୱର ଦ୍ୱିତୀୟ ଏବଂ ଭାରତର ସବୁଠାରୁ ଯୁବା ଗ୍ରାଣ୍ଡ୍ ମାଷ୍ଟର

Odisha Sports Bureau

ପ୍ରଥମ ଥର ଭାରତର ପଦକ ସଂଖ୍ୟା ସେଞ୍ଚୁରୀ ଛୁଇଁଲା

Odisha Sports Bureau

ୱାର୍ଲ୍ଡ ବକ୍ସିଂ ଚମ୍ପିୟନସିପର ସେମିଫାଇନାଲରେ ମ୍ୟାରୀ

Odisha Sports Bureau