More Sports

ଜୁଲାଇ ୧୭ରୁ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଅନୁଷ୍ଠିତ

(ଓଡିଶା ସ୍ସୋର୍ଟ):ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମରେ ଜୁଲାଇ ୧୭ରୁ ୨୨ ତାରିଖ ପର୍ୟ୍ୟନ୍ତ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପୂର୍ବରୁ ଷ୍ଟାଡିୟମର ଭିତ୍ତିଭୂମି ଓ ଆବଶ୍ୟକୀୟ ବ୍ୟବସ୍ଥା ଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ସଚିବ ବିଶାଲ ଦେବ ଏଠାକୁ ଆସିଥିଲେ। ଷ୍ଟାଡିୟମର ଆଭ୍ୟନ୍ତରୀଣ ଢାଞ୍ଚାରେ କିଛିଟା ପରିବର୍ତ୍ତନ ଆଣିବା ପାଇଁ ଚିନ୍ତା କରାଯାଉଥିବା ଜଣାପଡ଼ିଛି। ଆନ୍ତର୍ଜାତୀୟ ପ୍ରତିଯୋଗିତା ହେଉଥିବାରୁ ଖେଳାଳି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବସିବା ସ୍ଥାନକୁ ଆନ୍ତର୍ଜାତିକମାନର କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିସ୍ଥାନରେ ସୋଫା, ଟିଭି ଇତ୍ୟାଦି ରହିବ। ତେବେ ବର୍ଷା ଦିନ ଥିବାରୁ ଛାତରୁ ପାଣି ଗଳିବା ସମସ୍ୟା ଆସିପାରେ। ତେଣୁ ଛାତକୁ ମଧ୍ୟ ଭଲଭାବେ କଭର କରାଯିବ। ମେଡିକାଲ୍ ରୁମ୍, ପ୍ରତିଯୋଗିତା ନିର୍ଦ୍ଦେଶକ ଓ ବୈଷୟିକ ଅଧିକାରୀଙ୍କ ପାଇଁ ସମସ୍ତ ରୁମ୍ଗୁଡ଼ିକୁ ଭଲ ଭାବରେ ପ୍ରସ୍ତୁତ କରାଯିବ।

ପରବର୍ତ୍ତୀ ପର୍ୟ୍ୟାୟରେ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ବୈଠକ ଆଲୋଚନା କରାଯିବ ବୋଲି ଓଡ଼ିଶା ଟେବୁଲ ଟେନିସ ସ˚ଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଅନୁଧ୍ୟାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ˚ଘ ସଭାପତି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍ଏନ୍ ଗୁପ୍ତା, ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିର˚ଜନ ସାମନ୍ତରାୟ, ଆରଆଣ୍ତବି, ଇଡ୍କୋ ସହିତ କ୍ରୀଡ଼ା ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ।

Related posts

ମାର୍ଚ୍ଚ ୨୯ରେ ଆଇପିଏଲ ମହାସମର

Odisha Sports Bureau

୧୧ଦିନରେ ୩ଟି ସ୍ୱର୍ଣ୍ଣ ଜିତିଲେ ହିମା ଦାସ

ଭେଲେନ୍ସିୟାକୁ ପରାସ୍ତ କରି ୧୬ତମ ଥର ସୁପର କପ୍ ଫାଇନାଲରେ ରିୟଲ ମେଡ୍ରୀଡ୍

Odisha Sports Bureau