More Sports

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୩ ତମ ବାର୍ଷିକ ଖେଳକୁଦ ଓ ଯୋଗାସନ ସମାରୋହ ଉଦଘାଟିତ

କଟକ : ଶନିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସାଲେପୁରର ୩୩ ତମ ବାର୍ଷିକ ଖେଳକୁଦ ଓ ଯୋଗାସନ ସମାରୋହ ସାଲେପୁର ସାହେଶ୍ୱରୀ ଖେଳ ପଡିଆରେ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ଼ଃ. ତରୁଲତା ଦେବୀ ପୌରହିତ୍ୟ କରିବା ସହ ଶିଶୁ ମାନଙ୍କୁ କ୍ରୀଡାର ଉପାଦେୟତା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡା. ସଚ୍ଚିଦାନନ୍ଦ ମିଶ୍ର ଯୋଗଦାନ କରି ଉତ୍ସବକୁ ଶୁଭ ଉଦଘାଟନ କରିବା ସହ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ଶାରୀରିକ କ୍ରୀଡାର ଆବଶ୍ୟକତା ରହିଛି ବୋଲି ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ ଦେବେନ୍ଦ୍ରନାଥ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନାଚାର୍ୟ୍ୟ ଶଙ୍କରର୍ଷଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଳୟର ପରିଚାଳନା ସମିତିର କୋଷାଧକ୍ଷ ଅରୁଣ କୁମାର ଭୁୟାଁ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ କ୍ଷ ବିଦ୍ୟାଳୟର ଦିବା ପର୍ୟ୍ୟକ୍ଷୟ ପ୍ରମୁଖ ସଂଗ୍ରାମ କେଶରୀ ସାହୁ, ଶାରୀରିକ ପ୍ରମୁଖ ସଂଜୀବ କୁମାର ମହାପାତ୍ର ସମ୍ପୂର୍ଣ୍ଣ କ୍ରୀଡାର ପରିଚାଳନା ଦାୟିତ୍ୱ ସମ୍ପାଦନା କରିଥିଲେ । ଏହି କାର୍ୟ୍ୟକ୍ରମରେ ପରିଚାଳନା ସମିତିର ସଦସ୍ୟ, ଗୁରୁଜୀ ଗୁରୁମା, ସେବକ ସେବିକା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଉକ୍ତ କ୍ରୀଡାରେ ବିଦ୍ୟାଳୟର ଶିଶୁ-ବାଲ ଓ କିଶୋର ବିଭାଗର ୭ ଶହରୁ ଉର୍ଦ୍ଧ ଶିଶୁ ଭାଇ ଭଉଣୀ ମାନେ ଅଂଶଗ୍ରହଣ କରି ସେମାନଙ୍କର କ୍ରୀଡା ନୈପୂଣ୍ୟ ପ୍ରଦର୍ଶନ କରିଥିଲେ ।

Related posts

ନାଟକୀୟ ରୁୁପରେ ଫାଇନାଲରେ ପ୍ରବେଶ କଲେ ଅବିନାଶ୍

Odisha Sports Bureau

ଭାରତୀୟ ଖେଳାଳିଙ୍କୁ ଚୀନ ଦେଲାନି ଅନୁମତି, ଅନୁରାଗ ଠାକୁର ବାତିଲ କରିଲେ ଗସ୍ତ

Odisha Sports Bureau

ଭାରତର ଅଷ୍ଟମ ପଦକ

Odisha Sports Bureau