Cricket

ଟି-୨୦ ର୍ୟାଙ୍କିଙ୍ଗରେ ଜେମିମା ୨ୟ ଓ ମନ୍ଧାନା ୬

(ଓଡିଶା ସ୍ପୋର୍ଟ): ନ୍ୟୁଜିଲ୍ୟାଣ୍ଡ ମହିଳାଠାରୁ ୩-୦ରେ ଟି-୨୦ ସିରିଜ୍ ହାରିବା ସତ୍ତ୍ୱେ ଭାରତୀୟ ମହିଳା ଦଳର ଦୁଇ ତାରକା ବ୍ୟାଟସମ୍ୟାନ ଜେମିମା ରୋଡ୍ରିଗ୍ରେଜ ଏବଂ ସ୍ମୃତି ମନ୍ଧାନା କ୍ରମାଗତ ଭାବରେ ଆଇସିସି ଟି-୨୦ ର୍ୟାଙ୍କିଙ୍ଗରେ ୨ୟ ଏବଂ ୬ଷ୍ଠ ସ୍ଥାନରେ ପହଂଚିଛନ୍ତି। ରୋଡ୍ରିଗେଜ ୩ ମ୍ୟାଚର ଶୃଙ୍ଖଳାରେ ୧୩୨ ରନ ସଂଗ୍ରହ କରିଥିଲେ। ମନ୍ଧାନା ୧୮୦ ରନ ଯୋଡ଼ି ୪ଟି ସ୍ଥାନ ଆଗକୁ ଆସିଛନ୍ତି।

ବୋଲିଂରେ ସ୍ପିନର ରାଧା ଯାଦବ ୧୮ଟି ସ୍ଥାନ ଅତିକ୍ରମ କରି ୧୦ମ ସ୍ଥାନ ହାସଲ କରିଛନ୍ତି। ସେହିଭଳି ଦୀପ୍ତି ଶର୍ମା ୫ଟି ସ୍ଥାନ ଉନ୍ନୀତ କରି ୧୪ତମ ସ୍ଥାନରେ ପହଂଚିଛନ୍ତି। ନ୍ୟୁଜିଲାଣ୍ଡର ସୋଫି ଡେଓ୍ଵାଇନ ୧୧ତମ ସ୍ଥାନରୁ ୮ମ ସ୍ଥାନକୁ ପହଂଚିଛନ୍ତି। ଅଧିନାୟିକା ଆମି ସେଟଥେଓ୍ଵଟ ୨୩ତମ ସ୍ଥାନରୁ ୧୭ତମ ସ୍ଥାନରେ ପହଂଚିଛନ୍ତି। ୱେଷ୍ଟଇଣ୍ଡିଜର ଡିଏଣ୍ଡ୍ରା ଡୋଟିନ ଶୀର୍ଜରେ ଅଛନ୍ତି। ବ୍ୟାଟିଂରେ ପାକିସ୍ତାନୀ ଅଧିନାୟିକା ବିସମାହ ମାରୁଫ ୩ଟି ସ୍ଥାନ ଅତିକ୍ରମ କରି ୧୫ତମ ସ୍ଥାନରେ ପହଂଚିଛନ୍ତି।

Related posts

ଗୌତମ-ବିରାଟ କଳି ପରେ ନିଜ ଘଟଣାକୁ ମନେ ପକାଇଲେ ହରବଜନ

Odisha Sports Bureau

ପିଏସଏଲର ଚଳିତ ସଂସ୍କରଣ ସ୍ଥଗିତ

Odisha Sports Bureau

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ, ରାଞ୍ଚିରେ ପ୍ରଥମ ମ୍ୟାଚ

Odisha Sports Bureau