Cricket

ପିଏସଏଲର ଚଳିତ ସଂସ୍କରଣ ସ୍ଥଗିତ

(ଓଡ଼ିଶା ସ୍ପୋର୍ଟ): ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ)ର ଚଳିତ ସଂସ୍କରଣ ସ୍ଥଗିତ । ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହୋଇଥିବା ପିଏସଏଲର ଲିଗ୍ ପର୍ୟ୍ୟାୟ ଶେଷ ହୋଇଥିବା ବେଳେ ମଙ୍ଗଳବାରଠାରୁ ନକଆଉଟ୍ ପର୍ୟ୍ୟାୟ ଅର୍ଥାତ୍ ସେମିଫାଇନାଲ୍ ଆରମ୍ଭ ହୋଇଥାନ୍ତା। କିନ୍ତୁ କରୋନା ଭାଇରସର ପ୍ରଭାବ ଏବଂ ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତି କାରଣରୁ ପାକିସ୍ତାନ ଏହି ଲିଗକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି।

ଏ ନେଇ ପିସିବି ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ସୂଚନା ଦେଇଛି ଯେ ଏଚବିଏଲ୍ ପିଏସଏଲ୍ ସ୍ଥଗିତ, ପରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ପିଏସଏଲର ପ୍ରଥମ ସେମିଫାଇନାଲ୍ ଲାହୋରରେ ମଙ୍ଗଳବାର ମୁଲତାନ ସୁଲତାନ୍ସ ଓ ପେଶାୱର ଜାଲମୀ ମଧ୍ୟରେ ହେବାର ଥିଲା। ସେହିପରି ଆଜି ଦ୍ୱିତୀୟ ସେମିଫାଇନାଲ୍ କରାଚୀ କିଙ୍ଗସ ଓ ଲାହୋର କଲନ୍ଦର୍ସ ମଧ୍ୟରେ ଖେଳାଯିବାର ଥିଲା। ସେହିପରି ଫାଇନାଲ୍ ମୁକାବିଲା ମାର୍ଚ୍ଚ ୧୮ ତାରିଖରେ ଆୟୋଜିତ ହୋଇଥାନ୍ତା।

କରୋନା ଭାଇରସ୍ ପରେ ପିଏସଏଲର କିଛି ମ୍ୟାଚ୍ ବନ୍ଦ ଦ୍ୱାର ଅର୍ଥାତ୍ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯାଇଥିଲା। ଏପରିକି ଏହି ଭାଇରସ ଭୟରେ ପିଏସଏଲରେ ଭାଗ ନେଇଥିବା କିଛି ବିଦେଶୀ କ୍ରିକେଟର ସ୍ୱଦେଶ ଫେରିଯାଇଛନ୍ତି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ପିସିବି ସେମିଫାଇନାଲ୍ ଓ ଫାଇନାଲକୁ ବର୍ତ୍ତମାନ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି।

Related posts

ଆହତ ଖେଳାଳିଙ୍କୁ ଦିଆଯାଏ କେତେ ଦରମା?

Odisha Sports Bureau

ପୃଥ୍ୱୀ ଶାଁଙ୍କ ପାଦରେ ଆଘାତ ଲାଗିବା କାରଣରୁ ସିଡନୀରେ ଆରମ୍ଭ ହେବାକୁ ଥିବା ଟେଷ୍ଟରୁ ବାହାର ହୋଇଛନ୍ତି ।

Odisha Sports Bureau

ଶ୍ରେୟସ ଆୟର ରଚିଲେ ଇତିହାସ