Cricket

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ଦଳ ଘୋଷଣା

(ଓଡିଶା ସ୍ପୋର୍ଟ): ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା । ଶୃଙ୍ଖଳା ଲାଗି ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯିବ। ଶୃଙ୍ଖଳାରେ କାମଚଳା ଅଧିନାୟକ ରୋହିତ ଶର୍ମା ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କ ସହ ଅନ୍ୟ କେତେକ ବରିଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ରହିଛି। ଭାରତୀୟ ଦଳ ଏହି ଶୃଙ୍ଖଳାରେ ଦୁଇଟି ଟ୍ବେଣ୍ଟି-୨୦ ଏବଂ ପାଞ୍ଚଟି ଦିନିକିଆ ଖେଳିବ। ମେ’ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ବକପ୍ ପୂର୍ବରୁ ଭାରତର ଏହା ଶେଷ ଅନ୍ତର୍ଜାତୀୟ ଶୃଙ୍ଖଳା ହେବ।

ବିଶ୍ବକପ ପୂର୍ବରୁ ଭାରତୀୟ ଖେଳାଳି ଅବଶ୍ୟ ଆଇପିଏଲରେ ଦେଢ଼ ମାସ ଧରି ଅଭ୍ୟାସ କରିବାର ସୁଯୋଗ ପାଇବେ। ବିଶ୍ବକପ୍ ଦଳ ଘୋଷଣା ବେଳେ ଖେଳାଳିଙ୍କ ଆଇପିଏଲ୍ ପ୍ରଦର୍ଶନକୁ ମଧ୍ୟ ବିଚାରକୁ ନିଆଯିବ ବୋଲି ପ୍ରଶିକ୍ଷକ ରିବ ଶାସ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରି ଦେଇଛନ୍ତି।

Related posts

AFG ବିପକ୍ଷ 3rd ODI ପୂର୍ବରୁ ହର୍ଷିତ ରାଣାଙ୍କ ଧମାକେଦାର କମବ୍ୟାକ୍

ରାହୁଲଙ୍କୁ ମିଳିଲା ନୂଆ ପରିବାର

Odisha Sports Bureau

ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ