Cricket

ତୃତୀୟ ମ୍ୟାଚ ହାରିବା ସତ୍ତେ୍ୱ ଇଣ୍ଡିଜ ନାଁରେ ସିରିଜ

(ଓଡିଶା ସ୍ପୋର୍ଟ): ୨-୦ରେ ଟେଷ୍ଟ ସିରିଜ ହାରିଯାଇଥିବା ଇଂଲଣ୍ଡ ଶେଷରେ ୨-୧ରେ ବିଜୟ ହାସଲ କରିଛି । ପ୍ରଥମ ଦୁଇଟି ଟେଷ୍ଟରେ ଇଂଲଣ୍ଡ ବେଶ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା। କିନ୍ତୁ ତୃତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରି ୨୩୨ ରନରେ ବିଜୟ ହାସଲ କରିଛି।

ଇଂଲଣ୍ଡ ପ୍ରଥମ ଇନିଂସରେ ୨୭୭ ରନ କରିପାରି ଥିଲା। ଏହାର ଜବାବରେ ଇଣ୍ଡିଜ ଟିମ ୧୫୪ ରନରେ ଅଲଆଉଟ ହୋଇଯାଇଥିଲା।
ଫଳରେ ଭ୍ରମଣକାରୀ ଇଂଲଣ୍ଡକୁ ୧୨୩ ରନର ଅଗ୍ରଣୀ ମିଳିଥିଲା। ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଅଧିନାୟକ ଜୋ ରୁଟଙ୍କ(୧୨୨) ଶତକକୁ ଆଧାର କରି ୫ ୱିକେଟ ହରାଇ ୩୬୧ ରନ କରିବା ପରେ ପାଳି ଘୋଷଣା କରିଥିଲା।

ଫଳରେ ଇଣ୍ଡିଜ ଦଳକୁ ବିଶାଳ ୪୮୫ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହାର ପିଛା କରି ଇଣ୍ଡିଜ୍ ଟିମବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨୫୨ ରନ କରି ସହ ୪ର୍ଥ ଦିନରେ ହିଁ ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡ ଏହି ମ୍ୟାଚକୁ ୨୩୨ ରନରେ ଜିତି ଦିନିକିଆ ସିରିଜ ପୂର୍ବରୁ ନିଜ ମନୋବଳକୁ ସୁଦୃଢ଼ କରିପାରିଛି।

Related posts

ଏଥର ବିଶ୍ବକପ୍ ରେ ଡିଜନି ପ୍ଲସ ହଟଷ୍ଟାର ଆପ୍ ରେ ସମସ୍ତ ମ୍ୟାଚ୍ ଗୁଡ଼ିକୁ ମାଗଣାରେ ପ୍ରସାରିତ କରାଯିବାକୁ ଘୋଷଣା

Odisha Sports Bureau

ଭାରତର ଶୋଚନୀୟ ପରାସ୍ତ, ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ

ହାଇଦ୍ରାବାଦରେ ଲାରା ଓ ଷ୍ଟେନ

Odisha Sports Bureau